ବିମାନ ଯାତ୍ରା କରୁଥିଲେ

0

ଏବେ ଦିନକୁ ଦିନ ବିମାନଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । କିଛିବର୍ଷ ପୂର୍ବେ କେବଳ ଧନିକ ଶ୍ରେଣୀର ଲୋକମାନେ ହିଁ ବିମାନରେ ଯାତ୍ରାକରିବାରେ ସକ୍ଷମ ହୋଇପାରୁଥିଲେ । କି;ୁ ଏବେ ସବୁବର୍ଗର ଲୋକ ବିମାନରେ ଯାତ୍ରା କରିବାରେ ସକ୍ଷମ ହୋଇପାରୁଛନ୍ତି । ଯଦି ଆପଣ ବିମାନରେ ଯାତ୍ରା କରୁଛନ୍ତି, ତେବେ ଯାତ୍ରା ସମୟରେ ଆପଣଙ୍କ ଗେଟ୍‌ଅପ୍‌ଟି କିପରି ହେବା ଆବଶ୍ୟକ ତାହା ବିଷୟରେ ଜାଣିରଖ;ୁ । ଯାହା ବିଷୟରେ ହୁଏତ ଆପଣମାନେ ଜାଣିନଥିବେ ।
-ଯାତ୍ରା ସମୟରେ ବିଶେଷ କରି ପରିଧାନ କରିଥିବା ପୋଷାକପତ୍ର ଉପରେ ଧ୍ୟାନ ଦେବା ଉଚିତ୍‌ । ଉଭୟ ପୁରୁଷ ଏବଂ ମହିଳା ଅଧିକ ଟାଇଟ୍‌ ପୋଷାକ ପିନ୍ଧିବା ଠିକ୍‌ ନୁହେଁ । କାରଣ ଗୋଟିଏ ସ୍ଥାନରେ ଅଧିକ ସମୟ ଧରି ବସିରହିବା କାରଣରୁ ରକ୍ତସଞ୍ଚାଳନ ଠିକ୍‌ ଭାବରେ ହୁଏନାହିଁ । ଏଥିପାଇଁ ଯାତ୍ରା ସମୟରେ ଢିଲା ପୋଷାକ ପରିଧାନ କଲେ ଯାତ୍ରାଟି ଆରାମ ଦାୟକ ହୋଇଥାଏ ।
-ମହିଳାମାନେ ହିଲ୍‌ ପ୍ରତିବଦଳରେ ଫ୍ଲାଟ୍‌ ଜୋତା ପିନ୍ଧିବା ଭଲ । କାରଣ ହାଇ ହିଲ୍‌ ପିନ୍ଧି ବିମାନରେ ଚାଲିବା କିମ୍ବା ଠିଆ ହେବା ସହଜ ନୁହେଁ । ଏହାଦ୍ୱାରା ପାଦ ବିନ୍ଧା ମଧ୍ୟ ହୋଇପାରେ ।
-ଗର୍ଭବତୀ ମହିଳାମାନେ ବିମାନଯାତ୍ରାବେଳେ ମୋଜା ପିନ୍ଧିବା ଅନୁଚିତ । ଅଧିକ ସମୟ ପିନ୍ଧିଲେ ସେମାନଙ୍କ ପାଦ ସଂକ୍ରମିତ ହେବାର ଆଶଙ୍କା ଥାଏ ।
-ଅଧିକ ପରଫୁ୍ୟମ୍‌ ଲଗାଇବା ମଧ୍ୟ ଅନୁଚିତ । କାରଣ ବିମାନ ମଧ୍ୟରେ ଭିତରର ଗ୍ୟାସ୍‌ଟି ସହଜରେ ସଞ୍ଚାଳନ ହୋଇପାରେ ନାହିଁ । ତେଣୁ ଅଧିକ ପରଫୁ୍ୟମ୍‌ ବ୍ୟବହାର କରିବା ଦ୍ୱାରା ତାହାର ବାସ୍ନାରେ ଆପଣଙ୍କ ସମେତ ବିମାନର ଅନ୍ୟାନ୍ୟ ଯାତ୍ରୀଙ୍କ ଉପରେ ବି ଏହାର ପ୍ରଭାବ ପକାଇପାରେ, ଯେପରି କାହାର ମୁଣ୍ଡ ବ୍ୟଥା ହୋଇପାରେ କିମ୍ବା ଶ୍ୱାସକ୍ରିୟାରେ ଅସୁବିଧା ଉପୁଜିପାରେ ।
– ବିମାନର ପରିବେଶଟି ଶୁଷ୍କ ରହିଥାଏ । ତେଣୁ ଲେନ୍ସ ପ୍ରତିବଦଳରେ ଚଷମା ବ୍ୟବହାର କରିବା ଉଚିତ୍‌ ।

Leave A Reply

Your email address will not be published.