ବିଲାତି-ରସୁଣ ଚଟଣି

0

ସାମଗ୍ରୀ- ବିଲାତି- ୨୫୦ ଗ୍ରାମ, ରସୁଣ- ୮ କୋଲା, ସୋରିଷତେଲ- ୧.୫ ଟେବୁଲ ଚାମଚ, ସୋରିଷ- ୧ ଚା’ ଚାମଚ, ଭ୍ରୁସଙ୍ଗ ପତ୍ର- ୧୦-୧୨ ଟି, ଲଙ୍କାଗୁଣ୍ଡ- ୧ ଚା’ଚାମଚ, ଲୁଣ- ସ୍‌ୱାଦ ଅନୁସାରେ ।
ପ୍ରଣାଳୀ- ଟମାଟୋକୁ କାଟି ଓ ରସୁଣର ଚୋପା ଛଡାଇ ପ୍ରସ୍ତୁତ କରି ରଖନ୍ତୁ । ଏବେ ଟମାଟୋ ଓ ରସୁଣ ମିଶାଇ ଭଲକରି ଗ୍ରାଇଣ୍ଡିଂ କରିନିଅନ୍ତୁ । ପରେ କରେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇ ଆସିଲେ ଶୋରିଷ ଓ ଭùଷଙ୍ଗ ପତ୍ର ଫୁଟାଇ ବିଲାତି ପକାନ୍ତୁ । ଏଥର ଲୁଣ ଓ ଲଙ୍କା ଗୁଣ୍ଡ ମିଶାଇ ୨୦ ମିନିଟ୍‌ ଲଗାତାର ଘାଣ୍ଟି କମ୍‌ ଆଞ୍ଚରେ ରାନ୍ଧନ୍ତୁ । ଏହାକୁ ଇଡଲି, ରୋଟି କିମ୍ବା ଭାତ ସହ ମଜା ନିଅନ୍ତୁ ।

Leave A Reply

Your email address will not be published.