ବେଦବ୍ୟାସ,୧୧/୧୨: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଲଡିହି ଛକରେ ଅନ୍ମୋଲ ସିଂ ନାମକ ଜଣେ ବିଲ୍ଡରଙ୍କ ଗାଡ଼ି ଉପରକୁ ସୋମବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି। ଏଥିରେ ତାଙ୍କ ଦେହରକ୍ଷୀ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଆର୍ଜିଏଚ୍ରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ, ଅନ୍ମୋଲ ସୁନ୍ଦରଗଡ଼ ପାର୍ଶ୍ୱରୁ ନିଜ ବାସଭବନ ରାଉରକେଲା ସିଭିଲ ଟାଉନ୍ଶିପ୍ ଅଭିମୁଖେ ଯାଉଥିଲେ। ପୂର୍ବ ଯୋଜନା ମୁତାବକ ବେଲଡିହି ଛକରେ ରହିଥିବା ଦୁର୍ବୃତ୍ତମାନେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ। ଏଥିରୁ ଅନ୍ମୋଲ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖବର ପାଇଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।