ବିଶ୍ୱକପ୍‌ ହକି ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

0

ଭୁବନେଶ୍ୱର,୨୬/୧୧: ଭୁବନେଶ୍ୱର ଅନୁଷ୍ଠିତ ହେଉଥିବା ପୁରୁଷ ବିଶ୍ୱକପ୍‌ ହକି ପାଇଁ ସରକାର ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି । ନଭେମ୍ବର ୨୭ (ମଙ୍ଗଳବାର) ବିଶ୍ୱକପ୍‌ ହକିର ଉଦଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ । ସେହିପରି ସାରା ରାଜ୍ୟରେ ଅପରାହ୍ନ ୧.୩୦ ଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସେହଭିଳି ନଭେମ୍ବର ୨୮ ତାରିଖ (ବୁଧବାର) ଦିନ କଟକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଅପରାହ୍ନ ୧.୩୦ ମିନିଟ୍‌ ଠାରୁ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି ।

ଉଲ୍ଲେଖ ଯୋଗ୍ୟ, ପୁରୁଷ ବିଶ୍ୱକପ୍‌ ହକିର ଦୁଇ ଦିନିଆ ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ଓଲିଓଡ଼୍‌ ଠାରୁ ଆରମ୍ଭ କରି ବଲିଓଡ଼୍‌ର ପ୍ରତିଷ୍ଠିତ କଳାକାର ଯୋଗ ଦେବେ । ସଙ୍ଗୀତକାର ଏ.ଆର୍‌ ରେହମାନ, ଶାହାରୁଖ ଖାନ୍‌, ସୁପରଷ୍ଟାର ସଲମାନ୍‌ ଖାନ୍‌, ମାଧୁରୀ ଦିକ୍ଷିତ, ତାମିଲ ହିରୋ ତଥା ବାହୁବଳୀ ଷ୍ଟାର୍‌ ପ୍ରଭାସ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.