ସ୍ୱିଜରଲାଣ୍ଡରେ ରହିଛି ବିଶ୍ୱର ସବୁଠୁ ବଡ଼ ମଦ ବାର୍ । ସେଣ୍ଟ୍ ମଷ୍ଟିଜ୍ ସହରରେ ଥିବା ଏହି ହ୍ୱିସ୍କି ବାର୍ର ନାଁ ଡେବଲ୍ସ ପ୍ଲେସ୍ । ୨୨ ବର୍ଷ ପୁରୁଣା ଏହି ମଦ ବାର୍ରେ ପ୍ରାୟ ୨୫୦୦ରୁ ଅଧିକ ପ୍ରକାରର ହ୍ୱିସ୍କି ରହିଛି। ଏଠାରେ ବହୁ ପୁରୁଣା ହ୍ୱିସ୍କି ବୋତଲ ରହିଛି, ଯାହାର ଦାମ ପ୍ରାୟ ୨୧ ଲକ୍ଷ ଟଙ୍କା ।
ଆଶ୍ଚର୍ଯ୍ୟର କଥା ହେଉଛି, ବିଶ୍ୱରେ ଲୋକପ୍ରିୟ ଥିବା ଏହି ବାର୍ର ସମ୍ପର୍କ ଭାରତ ସହ ରହିଛି । ୮୦ ଦଶକରେ କ୍ଲାଉଡିୟୋ ବେର୍ନାସ୍କୋନି ନାମକ ଜଣେ ବ୍ୟକ୍ତି ଏହି ବାର୍ ଆରମ୍ଭ କରିଥିଲେ। କ୍ଲାଉଡିୟୋ ବ୍ୟବସାୟ ଆରମ୍ଭ କରିବା ପାଇଁ ସେହି ସମୟରେ ସ୍ୱିଜରଲାଣ୍ଡର କେତେକ ବ୍ୟାଙ୍କରେ ଋଣ ଆବେଦନ କରି ନିରାଶ ହୋଇଥିଲେ । ତେଣୁ ସେ ଭାରତ ଆସି ମୁମ୍ବାଇରେ ରହଣି କରିବାବେଳେ ଦୂଷିତ ପାଣି ପିଇ ତାଙ୍କର ପେଟ ଖରାପ ହୋଇଥିଲା । ଏ ନେଇ ସେ ଯେତେବେଳେ ନିଜ ଭାରତୀୟ ବନ୍ଧୁଙ୍କୁ ଉପଚାର ବାବଦରେ ପଚାରିଲେ, ବନ୍ଧୁଜଣକ ତାଙ୍କୁ ପ୍ରତିଦିନ ସକାଳେ ହ୍ୱିସ୍କିରେ ମୁଖ ସଫା କରିବାର ପରାମର୍ଶ ଦେଇଥିଲେ । ଏହାଦ୍ୱାରା ରୋଗ ସଂକ୍ରମଣ ହ ୍ରାସ ପାଇବ ବୋଲି କ୍ଲାଉଡିୟୋଙ୍କୁ ତାଙ୍କ ବନ୍ଧୁ ପରାମଶ୍ର ଦେଇଥିଲେ । ଏହି କଥାକୁ କ୍ଲାୟଡିୟୋ ବେଶ୍ ଗମ୍ଭୀରତାର ସହ ନେଇ ନିତି ସକାଳେ ହ୍ୱିସ୍କିରେ ମୁଖ ସଫା କରିଥିଲେ । ଧିରେ ଧିରେ ଭାରତର ହ୍ୱିସ୍କି କ୍ଲାୟଡିୟୋଙ୍କୁ ଭଲ ଲାଗିଥିଲା ଏବଂ ଅନ୍ୟ କୋðଣସି ବ୍ୟବସାୟ ନୁହେଁ ଆଗାମୀ ଦିନରେ ବାର୍ ଖୋଲିବାର ନିଷ୍ପତ୍ତି ନେଇଥିଲେ । ଯେତେବେଳେ ବାର୍ ଖୋଲିଲେ ସେତେବେଳେ କ୍ଲାଉଡିୟୋ ଦେଶ ଦେଶ ବୁଲି ହ୍ୱିସ୍କି ସଂଗ୍ରହ କରିବାକୁ ଲାଗିଲେ। ଏହି ବାର୍ରେ ୧୯୪୦ ମସିହାର ହ୍ୱିସ୍କି ମଧ୍ୟ ମିଳୁଛି। ହ୍ୱିସ୍କି ଏବଂ ସ୍କଚ୍ ସଂଗ୍ରହ କ୍ଷେତ୍ରରେ ଏହି ବାର୍ ‘ଗିନିଜ ୱାଲïର୍ ରେକର୍ଡ’ରେ ସାମିଲ ହୋଇଛି ।
Prev Post
Next Post