ପ୍ରାଣୀଜଗତ ପାଇଁ ଅରଣ୍ୟ ପ୍ରକୃତିର ଏକ ଅମୂଲ୍ୟ ଦାନ । ପରିବେଶ ସୁରକ୍ଷାରେ ଅରଣ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପଶୁପକ୍ଷୀ, କୀଟପତଙ୍ଗ, ସରୀସୃପ, ଅଣୁଜୀବଙ୍କ ବାସସ୍ଥଳୀ ହେଉଛି ଅରଣ୍ୟ । ‘ବିଶ୍ୱ ବନ ଦିବସ’ର ଉଦ୍ଦେଶ୍ୟ ହେଉଛି ବନ ସଂରକ୍ଷଣ ପ୍ରତି ସଚେତନ କରାଇବା । ଭୂମଣ୍ଡଳୀୟ ଉତ୍ତାପରେ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଜନିତ ବିପତ୍ତି ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏ ଅନ୍ତର୍ଜାତୀୟ ସ୍ତରରେ ସମ୍ମିଳନୀମାନ ଆୟୋଜିତ ହେଉଛି । ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖକୁ ‘ବିଶ୍ୱ ବନ ଦିବସ’ ଭାବେ ପାଳନ କରାଯାଉଛି । ବନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଅନେକ ଲୋକ ଅବଗତ ନଥାନ୍ତି । ବନ୍ୟ ଜଳବାୟୁକୁ ସ;ୁଳିତ ଅବସ୍ଥାରେ ରଖିବା ସଙ୍ଗେ ସଙ୍ଗେ ଜଳ ଓ ମୃତ୍ତିକକୁ ସଂରକ୍ଷିତ କରେ ଏବଂ ବନ୍ୟାଦାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରେ। ବାୟୁମଣ୍ଡଳର ଧୂଳି ଧୂଆଁକୁ ଧରି ରଖିବା ସଙ୍ଗେ ସଙ୍ଗେ କେତେକ ବିଷାକ୍ତ ବାଷ୍ପକୁ ଶୋଷି ନେଇ ବାୟୁ ପ୍ରଦୂଷଣକୁ ହ ୍ରାସ କରେ । ପୃଥିବୀର ୭୦୦କୋଟି ଲୋକଙ୍କ ମଧ୍ୟରୁ ୧୭୦କୋଟିରୁ ଉଦ୍ଧ୍ୱର୍ ଲୋକ ବନ ଉପରେ ନିର୍ଭର କରିଥାନ୍ତି । ଅର୍ଥନୈତିକ ଅଭିବୃଦ୍ଧି ତଥା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଜଙ୍ଗଲ ଭିତ୍ତିକ ଶିଳ୍ପ ଭୂମିକା ଗୁରୁତ୍ୱପୂର୍ଣ୍ଣ । କଳକାରଖାନା, ଯାନବାହନରୁ ନିର୍ଗତ ହେଉଥିବା କ୍ଷତିକାରକ ବାଷ୍ପ କାର୍ବନ୍ ଡାଇଅକ୍ସାଇଡ୍, ମିଥେନ୍, ପୃଥିବୀକୁ ପ୍ରବେଶ କରୁଛି । ଫଳରେ ପୃଥିବୀ ଚାରିପଟେ ଏହିସବୁ ଗ୍ୟାସ୍ର ଏକ ଘନ ଆସ୍ତରଣ ସୃଷ୍ଟି ହୋଇଛି । ସେଥିପାଇଁ ପୃଥିବୀପୃଷ୍ଠ ତାପ ସହଜରେ ବାୟୁମଣ୍ଡଳରୁ ବିତରିତ ହୋଇପାରୁ ନାହିଁ । ଶିଳ୍ପ, ବାସସ୍ଥଳୀ ଓ ରାସ୍ତା ପାଇଁ ଦିନକୁ ଦିନ ଜଙ୍ଗଲ ନଷ୍ଟ କରାଯାଉଛି ।