ବିଶ୍ୱ ମ୍ୟାଲେରିଆ ଦିବସ

0

ବିଶ୍ୱ ମ୍ୟାଲେରିଆ ଦିବସ ପ୍ରତିବର୍ଷ ଏପ୍ରିଲ୍‌ ୨୫ରେ ପାଳିତ ହୋଇଥାଏ । ମ୍ୟାଲେରିଆ ଏକ ଏପରି ରୋଗ ଯାହା ମଶାଙ୍କ କାମୁଡ଼ିବା ଦ୍ୱାରା ବ୍ୟାପିଥାଏ । ଏହି ରୋଗ ଦ୍ୱାରା ଆକ୍ରାନ୍ତ ରୋଗୀକୁ ଯଦି ଠିକ୍‌ ଚିକିସିା ମିଳିନଥାଏ ତେବେ ବ୍ୟକ୍ତି ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ପ୍ରତିବର୍ଷ ଏହି ରୋଗ ହେତୁ ଲକ୍ଷାଧିକ ଲୋକ ମୃତୁ୍ୟବରଣ କରିଥାନ୍ତି । ପ୍ରୋଟୋମୁଅନ ପ୍ଲାଜମୋଡ଼ିୟମ ନାମକ ଜୀବାଣୁ ଯୋଗୁଁ ଏହି ରୋଗ ହୋଇଥାଏ । ୨୦୧୨ରେ ମୋଟ ୧୦୬ଦେଶ ମଧ୍ୟରେ ମ୍ୟାଲେରିଆ ଯୋଗୁଁ ୬,୨୭,୦୦୦ଜଣ ଲୋକ ମୃତୁ୍ୟବରଣ କରିଥିଲେ । ଏମାନଙ୍କ ମଧ୍ୟରେ ପ୍ରାୟ ଛୋଟ ପିଲାଥିଲେ । ଏହାର ପ୍ରଭାବ କିଛି ମାତ୍ରାରେ ମଧ୍ୟପୂର୍ବ ଏବଂ ୟୁରୋପରେ ମଧ୍ୟ ପଡିଥିଲା । ବିଶ୍ୱ ମ୍ୟାଲେରିଆ ଦିବସ ୮ସ୍ୱାସ୍ଥ୍ୟ ଅଭିଯାନ ମଧ୍ୟରୁ ଗୋଟିଏ । ବିଶ୍ୱ ମ୍ୟାଲେରିଆ ଦିବସ ୨୦୦୭ରୁ ପାଳିତ ହୋଇଆସୁଛି ।

Leave A Reply

Your email address will not be published.