ପାଟନା,୨୪/୧୨: ବିହାରରେ ପପୁ ଯାଦବଙ୍କ ଜନ ଅଧିକାର ପାର୍ଟି ସଦସ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି। ପ୍ରଦର୍ଶନକାରୀ ନୀତୀଶଙ୍କ କ୍ୟାବିନେଟ୍ ଟିମ୍ଙ୍କ ଶବ ଶୋଭାଯାତ୍ରା ବାହାର କରି ସେମାନଙ୍କର କୁଶ ପୁତ୍ତଳିକା ଦାହ କରିଛନ୍ତି। ବିହାରରେ ନୀତୀଶ ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ ଯୋଡ଼ି ଜଙ୍ଗଲ ରାଜ ଚଳାଇଛନ୍ତି। ଆଇନ ବ୍ୟବସ୍ଥା ଭୁଶୁଡି ପଡ଼ିଥିବାବେଳେ ଅପରାଧୀ ମୁକ୍ତଭାବେ ବୁଲୁଛନ୍ତି ବୋଲି ପପୁ ଯାଦବ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ନୀତୀଶ ସରକାର ସାଧାରଣ ଲୋକଙ୍କ ପ୍ରତି ଅତ୍ୟାଚାର କରୁଥିବା ପପୁ ଆଣିଛନ୍ତି ଅଭିଯୋଗ।