ପାଟନା,୧୯/୮ : ବହୁ ଦିନ ଧରି ଅସୁସ୍ଥ ଥିବା କାରଣରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କର ନିଧନ ହୋଇଛି । ୮୨ ବର୍ଷରେ ଦିଲ୍ଲୀରେ ତାଙ୍କର ପରଲୋକ ଘଟିଛି। ଗନ୍ନାଥଙ୍କ ବିୟୋଗରେ ସମ୍ପୂର୍ଣ୍ଣ ବିହାରରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ନିଧନରେ ବିହାରରେ ୩ଦିନ ପର୍ଯ୍ୟନ୍ତ ରାଜକୀୟ ଶୋକ ପାଳନ କରିବାକୁ ଘୋଷଣା କରାଯାଇଛି ।
ରାଜନୀତିରେ ନିପୁଣ ହୋଇଥିବା କାରଣରୁ ସେ ବିହାରରେ ତିନି ଥର ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ । ସେ ୧୯୭୫ରେ ପ୍ରଥମ ଥର ପାଇଁ, ୧୯୮୦ରେ ଦ୍ୱିତୀୟ ଥର ଓ ୧୯୮୯ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୯୦ ଦଶକ ମଧ୍ୟରେ ଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଥିଲେ । ତାଙ୍କ ନିଧନରେ ବିହାରର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୋକ ଜାଗ୍ରତ କରିଛନ୍ତି ।
ଜଗନ୍ନାଥ ମିଶ୍ର ଜଣେ ଅଧ୍ୟାପକରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସେ ବିହାର ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ପ୍ରଫେସର ଭାବରେ କାର୍ଯ୍ୟରତ ଥିଲେ । ଏହି ମଧ୍ୟରେ ସେ ପାଖାପାଖି ୪୦ଟି ରିସର୍ଚ ପେପର ଲେଖିଛନ୍ତି । ଏହାପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ତିନି ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟର କମାଣ ସମ୍ଭାଳି ଥିଲେ । ସେ ବିହାରରେ କଂଗ୍ରେସ ଦଳର ଶେଷ ମୁଖ୍ୟମନ୍ତ୍ରୀ । ତାଙ୍କ ପରେ ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଜଗନ୍ନାଥ ମିଶ୍ର ଜଣେ ଏଭଳି ନେତା ଥିଲେ ଯିଏକି ପଞ୍ଚାୟତ ସ୍ତରରୁ ନେତାମାନଙ୍କ ସହ ସୁସମ୍ପର୍କ ରଖିଥିଲେ ।