ବିହାରର ଝିଅଟିଏ ଯାହା ନାଁ ବବଲି । ଆଜିକାଲିର ଝିଅମାନଙ୍କ ଭଳି ଦୃଢମନା କିନ୍ତୁ ସାମାନ୍ୟ ଅଲଗା ହେଉଛି ବବଲି । ବବଲି ଚରିତ୍ରରେ ଅଭିନୟ କରିବାକୁ ଯାଇଛନ୍ତି ପଞ୍ଜାବୀ ଗର୍ଲ ପରିନୀତି ଚୋପ୍ରା । ପରିନୀତି ଏବେ ବ୍ୟସ୍ତ ଅଛନ୍ତି ନିଜର ଆଗାମୀ ଫିଲ୍ମ ‘ଜବରୀୟା ଜୋଡି’ରେ । ଏଥିର ପରିନୀତିଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି ସିଦ୍ଧର୍ଥ ମଲହୋତ୍ରା । ବର୍ତ୍ତମାନ ଫିଲ୍ମର ସୁଟିଂ କଣ୍ଟିନୁ୍ୟ ଚାଲିଥିବାବେଳେ ଫିଲ୍ମରେ ନିଜର ଚରିତ୍ର ବିଷୟରେ ଦର୍ଶକଙ୍କ ଆଗରେ ମୁହଁ ଖୋଲିଛନ୍ତି ଦର୍ଶକ । ସେ କହିଛନ୍ତି ଫିଲ୍ମରେ ବବଲି ଭୂମିକାରେ ଅଭିନୟ କରିବା ନେଇ ପରିନୀତି ବେଶ୍ ଖୁସି ଅଛନ୍ତି । କିନ୍ତୁ ଅସଲ କଥାଟି ହେଲା ପରିନୀତିଙ୍କୁ ବିହାରି ଭାଷା କହିବାକୁ ଅସୁବିଧା ହେଉଛି । ତାଙ୍କ କହିବା ଅନୁସାରେ ପରିନୀତି ଘର ପଞ୍ଜାବ ହେବାଯୋଗୁଁ ସେ ପଞ୍ଜାବୀଭାଷାକୁ ଯେତେ ସହଜରେ କହିପାରନ୍ତି । କିନ୍ତୁ ବିହାରି କହିବାରେ ପରିନୀତି ସେତେ ସହଜ ଅନୁଭବ କରୁନାହାନ୍ତି । ସ୍ୱରା ଭାଷ୍କର ଯେପରି ସ୍ପଷ୍ଠଭାବେ ବିହାରି କହିପାରନ୍ତି ସେହିପରି ଇଣ୍ଡଷ୍ଟ୍ରିରେ ଖୁବ୍ କମ୍ ଲୋକ ଅଛନ୍ତି ହେଉଁମାନେ ବିହାରି ଭାଷାକୁ ପ୍ରାଞ୍ଜଳଭାବେ କହିପାରନ୍ତି । ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ସିଂହ ପରିନୀତିଙ୍କୁ ଏନେଇ ସାହାଯ୍ୟ କରୁଛନ୍ତି ବୋଲି କହିଛନ୍ତି ପରି । ଫିଲ୍ମ ଦେଖିଲା ପରେ ହିଁ ଜଣାପଡିବ ପରିନୀତିଙ୍କ ଚେଷ୍ଟା କେତେମାତ୍ରାରେ ଫଳପ୍ରଦ ହୋଇଛି । ଚଳିତ ବର୍ଷ ମେ ୧୭ରେ ରିଲିଜ ହେବ ଫିଲ୍ମ ‘ଜବରିୟା ଯୋଡି’ ।