ବିୟର ସହ ହ୍ୱାଇଟ୍ ନୁଡୁଲ୍ସର ମିଶ୍ରିତ ଖାଇବା, ଶୁଣିଲା ବେଳକୁ ଅଜିବ୍ ଲାଗିଲେ ବି ଏହା ଏକ ଖାଦ୍ୟ ଯାହାର ଚାହିଦା ଖୁବ୍ ଅଧିକ। ହୁଏତ ଭାରତରେ ଏ ଖାଦ୍ୟ ସେତେ ପ୍ରସିଦ୍ଧ ନୁହେଁ କିନ୍ତିୁ କାନାଡାରେ ଏହା ଖୁବ୍ ଫେମସ୍ । କାନାଡାରେ ମିଳୁଥିବା ଏହି ବିୟର-ରେମନର ମଜା ଛୋଟପିଲାମାନେ ମଧ୍ୟ ଉଠାନ୍ତି । ପ୍ରକୃତରେ କହିବାକୁ ଗଲେ ଏହା କୌଣସି ବିୟରରୁ ପ୍ରସ୍ତୁତ ଖାଦ୍ୟ ନୁହେଁ , ବିୟର ରେମନରେ ବ୍ୟବହୃତ ତରଳ ହେଉଛି ବୋନିତୋ ଫ୍ଲେକ୍ସ(ବୋନିତୋ ମାଛରୁ ପ୍ରସ୍ତୁତ ତରଳ ପଦାର୍ଥ) ଆଉ ଏହାର ଉପର ଅଂଶଟି ହେଉଛି ଅଣ୍ଡାର ଧଳାଅଂଶ ଓ ଜିଲେଟିନ୍ର ଏକ ମିଶ୍ରଣ, ବିଶେଷ କରି ଏହା କୌଣସି ବିୟର ବା ନିଶାଶକ୍ତ ପଦାର୍ଥରୁ ପ୍ରସ୍ତୁତ ହୁଏନାହିଁ, ସେଥିପାଇଁ ଏହାର ମଜା କାନାଡାର ଛୋଟ ପିଲାମାନେ ମଧ୍ୟ ଉଠାଇଥାନ୍ତି ।