ବୁମରାଙ୍କ କମାଲ, ଦିନିକିଆରେ ନେଲେ ୧୦୦ ଓ୍ଵିକେଟ୍

0

ନୂଆଦିଲ୍ଲୀ,୬/୭: ଭାରତୀୟ ଦଳର ତାରକା ବୋଲର ତଥା ଦିନିକିଆରେ ବିଶ୍ଵର ଏକ ନମ୍ବର ବୋଲର ଯଶପ୍ରୀତ ବୁମରା ଶ୍ରୀଲଙ୍କା ବିପକ୍ଷ ଆଇସିସି କ୍ରିକେଟ୍ ବିଶ୍ଵକପ ୨୦୧୯ର ମୁକାବିଲାରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ବୁମର ଏହି ମ୍ୟାଚରେ ଶ୍ରୀଲଙ୍କାର ଅଧିନାୟକ ଦିମୁଥ କରୁଣାରତ୍ନେଙ୍କୁ ଆଉଟ୍ କରି ଦିନିକିଆ କ୍ରିକେଟରେ ୧୦୦ ଓ୍ଵିକେଟ୍ ହାସଲ କରିଛନ୍ତି। ସେ ନିଜର ୫୭ତମ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଛନ୍ତି।

ଭାରତ ପକ୍ଷରୁ ଦିନିକିଆ ମ୍ୟାଚରେ ସବୁଠୁ ଦ୍ରୁତ ୧୦୦ ଓ୍ଵିକେଟ୍ ପୂରା କରିବାରେ ସେ ହେଉଛନ୍ତି ଦ୍ଵିତୀୟ ବୋଲର। ଏହା ପୂର୍ବରୁ ମହମ୍ମଦ ସାମି ୫୬ଟି ମ୍ୟାଚରୁ ୧୦୦ ଓ୍ଵିକେଟ୍ ନେଇଥିଲେ। ଆଇସିସି ବଶ୍ଵ କପ ୨୦୧୯ରେ ଯଶପ୍ରୀତ ବୁମରା ଏ ପର୍ୟ୍ୟ ନ୍ତ ୮ଟି ମ୍ୟାଚରୁ ୧୬ଟି ଓ୍ଵିକେଟ୍ ନେଇ ସାରିଛନ୍ତି। ଏହି ସମୟରେ ତାଙ୍କର ବୋଲିଂ ଇକୋନୋମି ୪.୫୪ ରହିଛି।

ଦିନିକିଆ କ୍ରିକେଟରେ ସବୁଠୁ ଦ୍ରୁତ ୧୦୦ ଓ୍ଵିକେଟ୍ ନେବାର ବିଶ୍ଵ ରେକର୍ଡ ଆଫଗାନିସ୍ତାନର ଲେଗ୍ ସ୍ପିନର ରଶିଦ ଖାନଙ୍କ ନାମରେ ରହିଛି। ସେ ୪୪ଟି ମ୍ୟାଚରୁ ୧୦୦ ଓ୍ଵିକେଟ୍ ପୂରଣ କରିଥିଲେ।

ଭାରତ ପାଇଁ ଦ୍ରୁତ ୧୦୦ ଓ୍ଵିକେଟ୍ ନେଇଥିବା ବୋଲର, ମହମ୍ମଦ ସାମି- ୫୬ ମ୍ୟାଚ୍ଯ , ଶପ୍ରୀତ ବୁମରା- ୫୭ ମ୍ୟାଚ୍ଜା , ହିର ଖାନ- ୬୫ ମ୍ୟାଚ୍, ଅଗରକର- ୬୭ ମ୍ୟାଚ୍,
ଜଭାଗଲ ଶ୍ରୀନାଥ- ୬୮ ମ୍ୟାଚ୍

Leave A Reply

Your email address will not be published.