ବୁଲନ୍ଦସର, ୩/୧ : ଉତ୍ତର ପ୍ରଦେଶର ବୁଲନ୍ଦସର ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଯୋଗେଶ ରାଜଙ୍କୁ ୟୁପି ପୋଲିସ ଗିରଫ କରିଛି । ଏହି ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧା ୩୧ ଜଣଙ୍କୁ ଗିରଫ କରାଯାଇଛି । ଗୋ ହତ୍ୟା ଅଭିଯୋଗରେ ଗତ ମସରେ ଘଟିଥିବା ଏହି ହିଂସାକାଣ୍ଡରେ ଇନ୍ସପେକଫର ସୁବୋଧ କୁମାର ସିଂହଙ୍କୁ ହତ୍ୟା କରାଯାଇଥିଲା । ଘଟଣାରେ ସୁମିତ ନାମକ ଜଣେ ସାଧାରଣ ଯୁବକ ମଧ୍ୟ ପ୍ରାଣ ହରାଇଥିଲେ । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ ହିଂସାକାଣ୍ଡ ପରେ ଡିସେମ୍ବର ୩ ତାରିଖରୁ ଫେରାର ହୋଇଯାଇଥିଲେ । ତେବେ ସେ ନିଜର ମାଲିକଙ୍କ ସହ ସମ୍ପର୍କରେ ଥିଲେ ସୁଦ୍ଧା ପୋଲିସ ତାହା ଜାଣି ପାରୁନଥିଲା । କି;ୁ ଗତକାଲି ଯୋଗେଶ ବୁଲନ୍ଦସରରୁ ଖୁର୍ଜା ଆସୁଥିବା ପୋଲିସକୁ ଗୁଇନ୍ଦା ସୁଚନା ମିଳିଥିଲା । ଏହା ପରେ ବୀବୀନଗର ଥାନାଧ୍ୟକ୍ଷ ପୁଲିସ ଫୋର୍ସ ନେଇ ବୁଲନ୍ଦସର ବାଇପାସ୍ ସ୍ଥିତ ବ୍ରହ୍ମାନନ୍ଦ କଲେଜ ନିକଟରେ ରାତ୍ରୀ ୧୧ଟା ୩୦ରେ ଗିରଫ କରିଥିଲା । ଯୋଗେଶ ବୁଲନ୍ଦସର ଜିଲ୍ଲା ସ୍ୟାନରେ ରହୁଥିବା ସୁରଜଭାନ ସିଂହଙ୍କ ପୁଅ । ସେ ଗୋ ହତ୍ୟା ଖବର ପ୍ରଚାର କରି ବହୁ ସଂଖ୍ୟାର ଲୋକଙ୍କୁ ଏକାଠି କରି ସେମାନଙ୍କ ମନରେ ହିଂସା ଭାବ ସୃଷ୍ଟି କରିଥିଲେ । ଫଳରେ ଉତ୍ୟକ୍ତ ଲୋକ ସୁବୋଧ କୁମାର ସିଂହଙ୍କୁ ହତ୍ୟା କରିଥିଲେ । ଅନ୍ୟ ପକ୍ଷରେ ସ୍ୟାନର ଦୁଇ ଜଣ ଅଭିଯୁକ୍ତ ଗତକାଲି ସିଜିଏମ ଅଦାଲତରେ ଆତ୍ମସମର୍ପଣ କରିଥିଲେ । ଅଦାଲତ ସେମାନଙ୍କୁ ଜେଲ ପଠାଇ ଦେଇଛନ୍ତି । ମାମଲାରେ ବର୍ତମାନ ପର୍ୟ୍ୟନ୍ତ ପୁଲିସ ୩୨ ଜଣଙ୍କୁ ଜେଲ ପଠାଇ ସାରିଛି । କି;ୁ ଏପର୍ୟ୍ୟନ୍ତ ୧୨ ଜଣ ଅଭିଯୁକ୍ତ ବାହାରେ ବୁଲୁଛନ୍ତି । ତେବେ ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଏସପି ପ୍ରଭାକର ଚୌଧୁରୀ କହିଛନ୍ତି ।