ତ୍ୱଚା କଳା ପଡ଼ିଗଲେ ସମସ୍ତେ ବ୍ୟସ୍ତ ହୋଇ ବିଭିନ୍ନ ପ୍ରକାରର ଉପାୟକୁ ଅବଲମ୍ବନ କରିଥାନ୍ତି । ଅଧିକାଂଶ ଲୋକ କେବଳ ମୁଖକୁ ସୁନ୍ଦର କରିବା ପାଇଁ ଧ୍ୟାନ ଦେଇଥାନ୍ତି । କି;ୁ କେହି କେବେ ବେକକୁ ଧ୍ୟାନ ଦିଅନ୍ତି ନାହିଁ । ଯାହାଫଳରେ ବେକ ଓ ବେକର ଚାରି ପାଖରେ କଳା ପଡ଼ିଯାଇଥାଏ । ତେବେ ଜାଣିଛନ୍ତି, ବେକର ଚାରିପାଖ ଥରେ କଳା ପଡ଼ିଗଲେ ଏହି ଦାଗ ସହଜରେ ଛାଡେ ନାହିଁ । ବେକର ଏହି କଳା ଦାଗକୁ ଦୂର କରିବା ପାଇଁ କୌଣସି ପାର୍ଲର କିମ୍ବା ଅନ୍ୟ କାହାର ସହାୟତା ନେବାର ଆବଶ୍ୟକତା ନାହିଁ । ଘରୋଇ ଉପଚାର ଦ୍ୱାରା ଆପଣ ନିଜେ ହିଁ ବେକରେ ରହିଥିବା ଦାଗକୁ ଦୂର କରିପାରିବେ । ତେବେ କେଉଁ ପ୍ରକାର ଦ୍ରବ୍ୟ ବ୍ୟବହାର କଲେ ବେକର କଳାଦାଗ ଦୂର ହେବ ସେ ସଂପର୍କରେ ଜାଣିନିଅ;ୁ ।
ଦହି: ଦହି ଏକ ଭଲ ପଦାର୍ଥ, ବିଶେଷକରି ସୋðନ୍ଦର୍ଯ୍ୟ ବୃଦ୍ଧି କରିବାରେ ଏହା ଖୁବ୍ ସହାୟକ କରିଥାଏ । କିଛି ଦହି ନେଇ ବେକର କଳା ପଡ଼ିଥିବା ଅଂଶରେ ଭଲ ଭାବେ ମସାଜ କରି କିଛି ସମୟ ଛାଡ଼ି ଦିଅ;ୁ । ପରେ ଥଣ୍ଡା ପାଣିରେ ଉକ୍ତ ସ୍ଥାନକୁ ଧୋଇ ଦିଅ;ୁ । କିଛିଦିନ ଏପରି କରିବା ଦ୍ୱାରା ଚର୍ମରେ ରହିଥିବା ବିଷାକ୍ତ ପଦାର୍ଥ ସହଜରେ ବାହାରି ଆସେ ଏବଂ ବେକ ଧିରେ ଧିରେ ସଫା ହେବାକୁ ଲାଗେ ।
ପିସ୍ତା ବାଦାମ: କିଛି ପିସ୍ତା ବାଦାମକୁ ଗୁଣ୍ଡ କରି ସେଥିରେ ଏକ ଚାମଚ ମହୁ ଓ ଏକ ଚାମଚ କ୍ଷୀର ଦେଇ ପେଷ୍ଟ୍ ପ୍ରସ୍ତୁତ କର;ୁ । ଏହି ପେଷ୍ଟକୁ ବେକର କଳା ପଡ଼ିଥିବା ଅଂଶରେ ଲଗାଇ କିଛି ସମୟ ଛାଡ଼ି ଦିଅ;ୁ । ପରେ ଓଦା କପଡ଼ା ସାହାଯ୍ୟରେ ଏହାକୁ ପୋଛି ଦିଅ;ୁ ।
ଟମାଟୋ: ଗୋଟିଏ ଟମାଟୋ ନିଅ;ୁ । ଏହାକୁ କାଟି ଫାଳ କରିଦିଅ;ୁ । ଫଳ କରାଯାଇଥିବା ଟମାଟୋକୁ ବେକର କଳା ଅଂଶରେ ଖସ;ୁ । ଟମାଟୋ ଦ୍ୱାରା ମଧ୍ୟ କଳା ଅଂଶ ଛାଡିବାକୁ ଲାଗିଥାଏ ।
ବେକିଂ ସୋଡ଼ା: ବେକିଂ ସୋଡ଼ା ଏବଂ ପାଣି ନେଇ ପେଷ୍ଟ୍ ତିଆରି କର;ୁ । ଏହି ପେଷ୍ଟକୁ ଶରୀରର କଳା ପଡ଼ିଥିବା ଅଂଶରେ ଲଗା;ୁ । ପେଷ୍ଟ୍ ଶୁଖିଗଲା ପରେ ଉକ୍ତ ସ୍ଥାନକୁ ଗୋଲାପ ଜଳରେ ଭଲ ଭାବେ ପୋଛି ଦିଅ;ୁ ।
Prev Post
Next Post