ବେଦାନ୍ତ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୪.୩ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

0

ଭୁବନେଶ୍ୱର,୧୧/୬, ବେଦାନ୍ତର ଆଲୁମିନିୟମ ବ୍ୟବସାୟ କର୍ମଚାରୀଙ୍କ ତରଫରୁ ଗତ ଶୁକ୍ରବାର ଦିନ ରାଜ୍ୟରେ ଘଟିଯାଇଥିବା ପ୍ରଳୟଙ୍କରୀ ବାତ୍ୟା “ଫନି” ଦ୍ୱାରା ପ୍ରଭାବିତ ବ୍ୟକ୍ତିମାନଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୪.୩ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଓଡ଼ିଶାର ଜନସାଧାରଣଙ୍କ ସହିତ ସୁଖ ଦୁଃଖ ରେ ନିଜର ଭାଗିଦାରୀତାର ସେହି ପ୍ରତିଶ୍ରୁତିକୁ ଦୋହରାଇ ବେଦାନ୍ତ ଲିଃ. ଝାରସୁଗୁଡ଼ା ତଥା ଲାଞ୍ଜିଗଡ଼ ୟୁନିଟ୍ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ସେମାନଙ୍କର ଗୋଟିଏ ଦିନର ଦରମା ଓଡ଼ିଶାରେ ପ୍ରଭାବିତ ଜନସାଧାରଣଙ୍କ ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ଥଇଥାନ ତଥା ସହାୟତା ନିମନ୍ତେ ପ୍ରଦାନ କରିଛନ୍ତି ।

ଏହି ଅବସରରେ କମ୍ପାନୀର କର୍ମଚାରୀଙ୍କ ତରଫରୁ ମତ ରଖି ଶ୍ରୀ ଅଜୟ କପୁର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଲୁମିନିୟମ ଏବଂ ପାୱାର, ବେଦାନ୍ତ ଲିଃ. କହିଲେ, “ରାଜ୍ୟର ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ଆମେ ରାଜ୍ୟ ପ୍ରଶାସନ ତଥା ଜନସାଧାରଣଙ୍କ ସାଙ୍ଗରେ ରହିଛୁ । ରିଲିଫ୍ ତଥା ଥଇଥାନ ବ୍ୟବସ୍ଥା ପାଇଁ ବେଦାନ୍ତର ସମସ୍ତ କର୍ମଚାରୀ ଅକୁଣ୍ଠ ଚିତରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୪.୩ ଲକ୍ଷ୍ୟ ଟଙ୍କାର ଅର୍ଥ ରାଶି ପ୍ରଦାନ କରିଛନ୍ତି । ପୁରୀ ତଥା ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ରିଲିଫ୍ ଅପରେସନ୍ ତ୍ୱରାନ୍ୱିତ କରିବା ପାଇଁ ଆମେ ଆମର ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିବା ସହିତ ଏଥିରେ ଲାଗି ରହିଥିବା ଭାରତ ସ୍କାଉଟ୍ ଏବଂ ଗାଇଡ଼, ଗ୍ରାମ ଯୁବ ଗୋଷ୍ଠୀ ସହିତ ନିଜକୁ ସାମିଲ କରିଛୁଏବଂ ବିଦ୍ୟୁତ୍ ସେବା କ୍ଷେତ୍ରରେ ଦେଖାଦେଇଥିବା ଅଚଳାବସ୍ଥାକୁ ଦୂର କରିବା ପାଇଁ ଆମେ ରାଜ୍ୟ ସରକାରଙ୍କୁ ସମସ୍ତ ସହାୟତା ଯୋଗାଇ ଦେଇଛୁ ।”

ବାତ୍ୟା ପରବର୍ତି ଅବସ୍ଥାରେ ବେଦାନ୍ତ ୟୁନିଭରସିଟି ପ୍ରୋଜେକ୍ଟ ପୁରୀ ତଥା ଏହାର ଆଖପାଖ ଅଂଚଳରେ ରିଲିଫ୍ କାର୍ଯ୍ୟ ପରିଚାଳନା କରିବା ସହିତ ପୁରୀ ଜିଲ୍ଲାର ୬ଟି ଗ୍ରାମ ଯଥା- ନଳୀହାନା, ଚଇତାନା, ଭୁଆଁ, ଗଡ଼ଭିଙ୍ଗୁରା, ବେଲଡ଼ାଳ ତଥା ଗଣ୍ଡଳୋ ଗ୍ରାମରେ ୪୦୦୦ରୁ ଅଧିକ ଡ଼ାଲି, ଖାଇବା ତେଲ, ବିସ୍କୁଟ ତଥା ତାରପୋଲିନ୍ ପ୍ୟାକେଟ୍କୁ ୪୦୦୦ରୁ ଅଧିକ ପରିବାର ମଧ୍ୟରେ ବଂଟନ କରିପାରିଛି । ଏଥିସହିତ ନଳୀହାନା ଗ୍ରାମରେ ପାନୀୟ ଜଳର ସମସ୍ତ ବ୍ୟବସ୍ଥା କରିଛୁ ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ସମ୍ପର୍କରେ :-
ବେଦାନ୍ତ ଭାରତରେ ସବୁଠାରୁ ଅଧିକ ଆଲୁମିନିୟମ ଉତ୍ପାଦନକାରୀ ଅଟେ, ଯାହାକି ମେଟାଲଜିକାଲ ଗ୍ରେଡ଼ ଆଲୁମିନାର ଏକ ପ୍ରମୁଖ ଉତ୍ପାଦନକାରୀ । ସ୍ୱଦେଶୀ ଜ୍ଞାନକୌଶଳରେ ଏହା ସବୁଠାରୁ ଅଧିକ ଗୁଣବତା ଆଲୁମିନିୟମ କମ୍ପାନୀ ଭାବରେ ଆଗରେ ରହିଅଛି । ବେଦାନ୍ତ ଲିଃ. ଓଡ଼ିଶାର ଲାଞ୍ଜିଗଡ଼ଠାରେ ୨୦୦୭ ମସିହାରୁ ବାର୍ଷିକ ୨ମେ.ଟନ କ୍ଷମତା ବିଶିଷ୍ଟ ଏକ ଆଲୁମିନା ରିଫାଇନାରୀକୁ କାର୍ଯ୍ୟକାରୀ କରିବା ସହିତ ୨୦୦୮ମସିହାରେ ଲାଞ୍ଜିଗଡ଼ଠାରେ ଏକ ସମ୍ମିଳିତ ୯୦ମେଗାୱାଟ୍ କାପ୍ଟିଭ ପାୱାର ପ୍ଲାଂଟକୁ ଅବସ୍ଥାପିତ କରିଅଛି । ଏହି ରିଫାଇନାରୀ ଓଡ଼ିଶାର ଝାରସୁଗୁଡ଼ାକୁ ବାର୍ଷିକ ୧.୭୫ ମେ.ଟନ ତଥା ଛତିଶଗଡ଼ର କୋର୍ବାସ୍ଥିତ ବାଲ୍କୋକୁ ବାର୍ଷିକ ୦.୫୭ ମେ.ଟନ ବେଦାନ୍ତର ଆଲୁମିନିୟମ ସ୍ମେଲଟର ଯୋଗାଇ ଆସୁଅଛି । ଏଥିସହିତ କଳାହାଣ୍ଡି ଜିଲାର ଅନେକଗୁଡ଼ିଏ ସ୍ଥାନକୁ ଏହା ସ୍ୱାସ୍ଥ୍ୟ, ଶିକ୍ଷା ତଥା ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ଜୀବିକା ନିର୍ବାହ ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ପ୍ରଦାନ କରିଛି । ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଗ୍ରାମରେ ସ୍ୱାସ୍ଥ୍ୟ, ସଫେଇ ତଥା ଜୀବନ ଜୀବିକାର ଅଭିବୃଦ୍ଧି ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ବେଦାନ୍ତର ଅଭିବୃଦ୍ଧିର ଏହି ସୁଗମିତ ପଥରେ ଓଡ଼ିଶା ଏକ ସମନ୍ୱିତ ଅଂଶବିଶେଷ ଭାବରେ ଏହା ସହିତ ରହିଆସିଛି । କମ୍ପାନୀ ରାଜ୍ୟରେ ଏକ ସର୍ବବୃହତ୍ ଏକକ ପୁଞ୍ଜିଲଗାଣକାରୀ ଭାବରେ ୫୨,୦୦୦ କୋଟି ଟଙ୍କାର ପୁଞ୍ଜିଲଗାଣ କରିଛି । ଏହା ଓଡ଼ିଶାରେ ଭାରତର ସର୍ବବୃହତ୍ ସମନ୍ୱିତ ଆଲୁମିନିୟମ କପ୍ଲେକ୍ସ ପ୍ରତିଷ୍ଠା କରିବା ସହିତ ପ୍ରତ୍ୟେକ୍ଷ ଏବଂ ଅପ୍ରତ୍ୟେକ୍ଷ ଭାବରେ ୫୦,୦୦୦ ନିଯୁକ୍ତି ସୃଷ୍ଟି କରିବା ସହିତ ୮ଲକ୍ଷ ଲୋକଙ୍କ ପାଇଁ କର୍ମସଂସ୍ଥାନ ବ୍ୟବସ୍ଥା କରିପାରିଛି । ସର୍ବୋପରି ବେଦାନ୍ତ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ସମୁଦାୟ ୪୫,୦୦୦ରୁ ଅଧିକ ଶିଶୁ ତଥା ଯୁବଗୋଷ୍ଠୀଙ୍କୁ ଏହି ବିରାଟ୍ ଯୋଜନାରେ ଅନ୍ତର୍ଭୁକ୍ତ କରିପାରିଛି ।

Leave A Reply

Your email address will not be published.