ବେରୋଜଗାର ବ୍ରାହ୍ମଣ ଯୁବକଙ୍କୁ କାର ବାଣ୍ଟିବେ ଚନ୍ଦ୍ରବାବୁ ନାଇଡୁ

0

ହାଇଦ୍ରାବାଦ,୪/୧: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ଏକ ବଡ ଘୋଷଣା କରିବାକୁ ଯାଉଛନ୍ତି । ଟିଡିପି ସରକାର ରାଜ୍ୟରେ ବେରୋଜଗାର ବ୍ରାହ୍ମଣ ଯୁବକଙ୍କୁ ସୁଇପ୍ଟ ଡିଜେୟାର କାର ଦେବାକୁ ନିଷ୍ପତି ନେଇଛନ୍ତି । ଏହି କାର ସ୍ୱରୋଜଗାର ପ୍ରୋଗ୍ରାମରେ ବେରୋଜଗାର ଯୁବକଙ୍କୁ ଦିଆଯିବାକୁ ପ୍ରସ୍ତୁତି ଚାଲିଛି । ମିଡିଆ ରିପୋର୍ଟ ଅନୁଯାୟୀ ଏକ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ନାଇଡୁ ନିଜ ହାତରେ ୩୦ଜଣ ବ୍ରାହ୍ମଣଙ୍କୁ କାର ଚାବି ଦେବେ । ଏତଦ୍ ବ୍ୟତୀତ ରାଜ୍ୟ ସରକାରଙ୍କ ଆଉ ଏକ ଯୋଜନାରେ ଏକ କୋଟି ୪୦ ଲକ୍ଷ ସ୍ମାର୍ଟ ଫୋନ ବାଂଟିବାକୁ ପ୍ରସ୍ତୁତି ଚଳାଇଛନ୍ତି ।

ଅଧିକାରୀଙ୍କ କହିବା ଅନୁଯାୟୀ, କାର ପାଇଁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ରାହ୍ମଣ ଜନମଙ୍ଗଳ କରପୋରେଶନରୁ ସବସିଡି ମିଳିବ । ସେହି ସମୟରେ ଲାଭାର୍ଥୀ ବ୍ରାହ୍ମଣ ଯୁବକଙ୍କୁ କାର ଦାମର ୧୦ ପ୍ରତିଶତ ଟଙ୍କା ନିଜ ଖାତାରେ ପ୍ରଥମେ ଜମା କରିବାକୁ ପଡିବ । ଏତଦ୍ ବ୍ୟତୀତ ବାକି ଟଙ୍କା ଆନ୍ଧ୍ରପ୍ରଦେଶ ବ୍ରାହ୍ମଣ କୋଅପରେଟିଭ କ୍ରେଡିଟ ସୋସାଇଟି ମାସିକ କିସ୍ତିରେ ଦେବେ । ଏହି କିସ୍ତି ଋଣ ଆକାରରେ ଦିଆଯିବ । ତେବେ କୁହାଯାଉଛି ଯେ, ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୫୦ଟି କାର ବଂଟନ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି ।

Leave A Reply

Your email address will not be published.