ବୋହୂଙ୍କୁ ୩ଶହ କୋଟି ଟଙ୍କାର ଉପହାର ଦେଲେ ନିତା ଅମ୍ବାନି

0

ମୁମ୍ବାଇ,୨୭/୩: ମାର୍ଚ୍ଚ ୯ରେ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଅମ୍ବାନିଙ୍କର ବିବାହ ହୋଇଥିଲା। ଯାହା ଥିଲା ସବୁଠାରୁ ଚର୍ଚ୍ଚିତ ବିବାହ। ଏଥିରେ ଦେଶ ବିଦେଶରୁ ବହୁ ନାମୀଦାମୀ ଅତିଥି ଯୋଗ ଦେଇଥିଲେ। ଏହାର ବିବାହଠାରୁ ଆରମ୍ଭ କରି ରିସେପଶନ ପର୍ଯ୍ୟନ୍ତ ସବୁର ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ଏବେ ଏହି ବିବାହର ପ୍ରାୟ ୧୫ ଦିନ ପରେ ଅମ୍ବାନି ପରିବାର ପକ୍ଷରୁ ଆସିଛି ଆଉ ଏକ ନୂଆ ଖବର। ମୁକେଶଙ୍କ ପତ୍ନୀ ନିତା ଅମ୍ବାନି ବୋହୂ ଶ୍ଳୋକା ମେହେଟାଙ୍କୁ ଦେଇଛନ୍ତି ଏକ ବହୁମୂଲ୍ୟ ଉପହାର ଯାହାର ଦାମ୍‌ ୩ଶହ କୋଟି ଟଙ୍କା ବୋଲି କୁହାଯାଉଛି। ତେବେ ଏହି ଉପହାରଟି ହେଉଛି ଏକ ହୀରାର ହାର। ନିତାଙ୍କ କହିବା କଥା ହେଲା ପରମ୍ପରା ଅନୁଯାୟୀ ପରିବାରରେ ଏକ ମୂଲ୍ୟବାନ ସୁନାହାର ବୋହୂଙ୍କୁ ଉପହାର ସ୍ବରୂପ ଦିଆଯାଇଥାଏ। ହେଲେ ଏଥର ନିତା ଏଥିରେ କିଛି ପରିବର୍ତ୍ତନ କରିବାକୁ ଯାଇ ଶ୍ଳୋକାଙ୍କୁ ସେ ହୀରାର ହାର ଉପହାର ଦେଇଥିବା କହିଛନ୍ତି।

Leave A Reply

Your email address will not be published.