ବଢ଼ିବନି ବିଦ୍ୟୁତ୍‌ ବିଲ୍‌ : ଉପଭୋକ୍ତାଙ୍କୁ ଆଶ୍ୱସ୍ତି

0

ଭୁବନେଶ୍ୱର,୧୧/୬: ଚଳିତ ଆର୍ଥିକ ବର୍ଷରେ ବଢ଼ିବନି ବିଦ୍ୟୁତ ଦର। ଏ ନେଇ ଆଜି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏହି ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ପୂର୍ବ ବର୍ଷର ପ୍ରଚଳିତ ଦର ଲାଗୁ ହେବ। ସେହିଭଳି ଡିଜିଟାଲ ପେମେଣ୍ଟ ଲାଗି ଗ୍ରାହକଙ୍କୁ ଆଗରୁ ୧ ପ୍ରତିଶତ ରିହାତି ମିଳୁଥିବା ବେଳେ ଏବେ ୨ ପ୍ରତିଶତ ମିଳିବ।

ରାଜ୍ୟର ସମସ୍ତ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଗୁଡ଼ିକ ଲାଗି ପାଇଁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ବିଜୁଳି ତାରିଫ୍ ବୃଦ୍ଧି ସମ୍ପର୍କିତ ଶୁଣାଣି ଓଇଆରସିଙ୍କ ପକ୍ଷରୁ ପୂର୍ବରୁ ଶେଷ ହୋଇଥିବା ବେଳେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହାକୁ ପ୍ରକାଶ କରାଯାଇ ନଥିଲା।

ସୂଚନାରୁ ପ୍ରକାଶ, ବିଦ୍ୟୁତ ବିତରଣ କମ୍ପାନୀ ଗୁଡ଼ିକ ବିଦ୍ୟୁତ ବିଲ୍‌ ବଢ଼ାଇବା ପାଇଁ ବାରମ୍ୱାର ଦାବି କରିଆସୁଥିଲେ। ଯାହାକୁ ଉପଭୋକ୍ତା ସଂଘ ବିରୋଧ କରି ଆସୁଥିଲା। କିନ୍ତୁ ଆଜି ପ୍ରକାଶ ପାଇଥିବା ଓଇଆରସିର ନିଷ୍ପତ୍ତି ଖାଉଟିଙ୍କୁ ଆଶ୍ୱସ୍ତି ଦେଇଛି।

Leave A Reply

Your email address will not be published.