ଚଳିତ ବର୍ଷ ଇଦ୍ ଅବସରେ ରିଲିଜ୍ ହେବାକୁ ଯାଉଛି ଅଲ୍ଲୀ ଅବାସ ଜାଫରଙ୍କ ନିର୍ଦ୍ଦଶୀତ ଫିଲ୍ମ ‘ଭାରତ’ । କଟ୍ରିନା ଓ ସଲମାନ୍ ଖାନ୍ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛୁନ୍ତି । ନିକଟରେ କିଛି ଦିନ ପୂର୍ବେ ହିଁ ଏହି ଫିଲ୍ମର ସୁଟିଂ ସମାପ୍ତ ହୋଇଛି । ଏବେ ଫିଲ୍ମ ଭାରତର ନାୟିକା କଟ୍ରିନା ଯୁଆଡ଼େ ଯାଉଛନ୍ତି ତାଙ୍କୁ କେବଳ ବେଷ୍ଟଫ୍ରେଣ୍ଡ୍ ଆଲିଆ ଓ ଏକ୍ସ ବୟଫ୍ରେଣ୍ଡ ରଣବୀର କପୁରଙ୍କ ରିଲେସନ୍ସିପ୍ ଉପରେ ପ୍ରଶ୍ନ ପଚରାଯାଉଛି। ନିକଟରେ ଏକ ଚାଟ୍ ଶୋ’ର ଅଂଶ ପାଲଟିଥିବା କଟ୍ରିନାଙ୍କୁ ତାଙ୍କ ରିଲେସନ୍ସିପ୍ ବିଷୟରେ ପଚରା ଯାଇଥିଲା ଯାହାର ଉତ୍ତରରେ ସେ କହିଥିଲେ ‘ମୁଁ ପାଖାପାଖି ୩ ବର୍ଷ କୌଣସି ରିଲେସନ୍ସିପ୍ରେ ନାହିଁ । କିନ୍ତୁ ଚଳିତ ବର୍ଷ ମୁଁ ଆଉ ଏକୁଟିଆ ରହିବାକୁ ଚାହୁଁନାହିଁ ।’ ବର୍ତ୍ତମାନ ବଲିଉଡ୍ର ଏହି ଡିଭା ଜଣକ ବୟଫ୍ରେଣ୍ଡ ଖୋଜ୍ରେ। ସେପଟେ କଟ୍ରିନା ମୁମ୍ବାଇଠାରେ ଅନୁଷ୍ଠିତ ଦୀପ୍ବୀରଙ୍କ ରିସେପ୍ସନ୍ ପାର୍ଟିରେ ସାମିଲ ହେବାକୁ ନେଇ ସାଧାରଣରେ ଅନେକ ଗୁଜବ ଉଠିଥିଲା । ଏବେ କଟ୍ରିନା ସେହି ଗୁଜବ ଉପରୁ ପର୍ଦ୍ଦା ହଟାଇଛନ୍ତି । ସେ କହିଛନ୍ତି ରିସେପ୍ସନ୍ ପାର୍ଟିକୁ ଯିବା ପାଇଁ ନବ ବିବାହିତ ଦମ୍ପତି ମୋତେ ଇନ୍ଭାଇଟ୍ କରିଥିଲେ । ଏହା ସହ ରଣବୀର ତାଙ୍କୁ ପର୍ସନାଲ ମେସେଜ୍ କରି ପାର୍ଟିକୁ ଆସିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ, ପାର୍ଟିରେ ବେଷ୍ଟଫେଣ୍ଡ୍ ଆଲିଆ ସାମିଲ ହେବା କଥା ରଣବୀର ତାଙ୍କୁ କହିଥିଲେ ଯାହା ଫଳରେ କଟି୍ରନା ଦୀପ୍ବୀରଙ୍କ ଏହି ପାର୍ଟିରେ ସାମିଲ ହୋଇଥିଲେ । କଟ୍ରିନା ଆଉ ମଧ୍ୟ କହିଛନ୍ତି ଦୀପିକା ଓ ରଣବୀର ସିଂହ ହେଉଛନ୍ତି ମୋର ଭଲ ବନ୍ଧୁ, ଏମିତିରେ ବନ୍ଧୁଙ୍କ ଖୁସିରେ ସାମିଲ ହେବା ମୋ ପାଇଁ ମଧ୍ୟ ଏକ ଖୁସିର କଥା । ନିକଟରେ ଗଲିବୟ ଫିଲ୍ମର ସ୍କ୍ରିନିଂରେ କଟି୍ରନା ସାମିଲ ହୋଇଥିବା ଦେଖିବାକୁ ମିଳିଛି ।