ଭାଜପାର ଷ୍ଟାର କ୍ୟାମ୍ପେନର ହେବେ ବିବେକ ଓବରୟ

0

ମୁମ୍ବାଇ, ୬/୪: ପ୍ରଧାନମନ୍ତ୍ରୀଙ୍କ ବାୟୋପିକରେ ମୁଖ୍ୟ ଚରିତ୍ର ନିର୍ବାହ କରିଥିବା ବଲିଉଡ୍‌ ଅଭିନେତା ବିବେକ ଓବରୟ ଭାଜପାର ଷ୍ଟାର ପ୍ରଚାରକ ସାଜିବେ। ଲୋକ ସଭା ନିର୍ବାଚନ ପାଇଁ ଗୁଜୁରାଟ ପର୍ଯ୍ୟାୟରେ ବିବେକ ଭାଜପା ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁଜୁରାଟରେ ଲୋକ ସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି ହୋଇସାରିଛି। ଏହି ଲିଷ୍ଟରେ ପ୍ରାୟ ୪୦ଜଣ ଷ୍ଟାର ପ୍ରଚାରକ ରହିଛନ୍ତି। ଏହି ଷ୍ଟାର ପ୍ରଚାରକମାନେ ଗୁଜୁରାଟରେ ନିର୍ବାଚନ ଲଢ଼ୁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ଲିଷ୍ଟର ପ୍ରଥମରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ବେଳେ ଦ୍ୱିତୀୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରହିଛନ୍ତି। ଏଥିରେ ବିବେକ ଓବରୟ, ରାଜନାଥ ସିଂହ, ନୀତିନ ଗଡ଼କରୀ, ଅରୁଣ ଜେଟଲୀ ଓ ସୁଷମା ସରାଜଙ୍କ ଭଳି ବଡ଼ ବଡ଼ ନେତାମାନେ ସାମିଲ ହୋଇଛନ୍ତି। ଗୁଜୁରାଟରେ ୨୬ ଲୋକ ସଭା ଆସନ ପାଇଁ ଏପ୍ରିଲ ୨୩ରେ ମତଦାନ ଗ୍ରହଣ କରାଯିବ।

Leave A Reply

Your email address will not be published.