ନୂଆଦିଲ୍ଲୀ, ୨୧/୧୨ : ବଲିଉଡର ବରିଷ୍ଠ କଳାକାର ତଥା ଅଭିନେତା ନାସିରୁଦ୍ଦିନ ଶାହ ବୁଲନ୍ଦସର ହିଂସାକାଣ୍ଡକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ବର୍ତ୍ତମାନ ଦେଶରେ ପୋଲିସକର୍ମୀଙ୍କ ମୃତ୍ୟୁଠାରୁ ଅଧିକ ଗୁରୁତ୍ୱପୁର୍ଣ୍ଣ ଏକ ଗାଈର ମୃତ୍ୟୁ ବୋଲି ସେ କହିଛନ୍ତି । ଡିସେମ୍ବର ୩ ରେ ଉତ୍ତର ପ୍ରଦେଶର ବୁଲନ୍ଦସର ହିଂସାରେ ପୋଲିସ ଇନ୍ସପେକଫର ସୁବୋଧ କୁମାର ସିଂହ ଏବଂ ଜଣେ ଯୁବକ ସୁମିତ ପ୍ରାଣ ହରାଇଥିଲେ । ଏହି ହିଂସା ଗୋ ହତ୍ୟା ସହ ସମ୍ବନ୍ଧିତ । ଏକ େୱବସାଇଟ୍ର ସାକ୍ଷାତକାରରେ ନାସିରୁଦ୍ଦିନ କହିଛନ୍ତି, ବର୍ତ୍ତମାନ ଦେଶରେ ଗୋଟିଏ ଗାଈର ଜୀବନ ଜଣେ ପୋଲିସ କର୍ମୀଙ୍କ ଜୀବନଠାରୁ ଅଧିକ ହୋଇଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ଆମ ସମାଜର ଚାରିପାଶ୍ୱର୍ରେ ବିଷ ଖେଳିଯାଇଛି । ସେ ଭୟ ପ୍ରକାଶ କରି କହିଛନ୍ତି କି, ଯଦି କେବେ ତାଙ୍କ ପିଲାମାନେ ଭିଡ ମଧ୍ୟରେ ଘେରି ହୋଇଯିବେ ଏବଂ ତାଙ୍କୁ ହିନ୍ଦୁ ନା ମୁସଲମାନ ବୋଲି ପ୍ରଶ୍ନ କରାଯିବ, ତାହେଲେ ସେମାନଙ୍କ ପାଖରେ ଏହାର କୌଣସି ଉତ୍ତର ନଥିବ ।