ଭାରତର ସବୁଠୁ ଛୋଟ ପୁଲିଙ୍ଗ ବୁଥ୍‌

0

ଗୋଟିଏ ଭୋଟରେ ସରକାର ବଦଳି ଯାଇଥାଏ : ଲୋକତନ୍ତ୍ର ରେ ଗୋଟିଏ ଭୋଟର ମୂଲ୍ୟ ବହୁତ । ନିର୍ବାଚନ ଆୟୋଗଙ୍କ ଧ୍ୟାନ ରହିଥାଏ କି କାହାକୁବି ଭୋଟ ଦେବା ପାଇଁ ଯେମିତି କିଛି ଅସୁବିଧା ନ ହେଉ । ଭୋଟ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପୁଲିଙ୍ଗ ବୁଥମାନ ତିଆରି କରାଯାଏ, ଯେଉଁଠାକୁ ଭୋଟରମାନେ ଯାଇ ନିଜର ସମର୍ଥୀତ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି । ଅରୁଣାଚଳ ପ୍ରଦେଶର ହୟୁଲିୟଙ୍ଗ ବିଧାନ ସଭାର ମାଲଗୋମ୍‌ ଗାଁରେ ଜଣେ ଭୋଟରଙ୍କ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଏକ ଅସ୍ଥାୟୀ ପୁଲିଙ୍ଗ ଷ୍ଟେସନ ତିଆରି କରିଯାଇଥିଲା । ଜଣେ ମହିଳା ଭୋଟର ପାଇଁ ଏପ୍ରିଲ ୧୧ ତାରିଖ ଦିନ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ଭୋଟ ଦେବାର ବ୍ୟବସ୍ତା କରାଯାଇଥିଲା । ପୁର୍ବ ଲୋକସଭା ନିର୍ବାଚନରେ ଦୁଇ ଜଣ ଭୋଟର ଏଠାରେ ଭୋଟ ଦେଇଥିଲେ । ଏହାକୁ ଭାରତର ସବୁଠୁ ଛୋଟ ପୁଲିଙ୍ଗ ବୁଥ ବୋଲି କୁହାଯାଉଛି । ଅରୁଣାଚଳ ପ୍ରଦେଶର ପୁର୍ବ ଲୋକସଭା କ୍ଷେତ୍ରରେ ଏହି ବୁଥଟି ରହିଛି । ଏହି ବିଷୟରେ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିଲା । ଯାହାକି ପରେ ସେମାନେ କହିଥିଲେ କି ମାଲଗୋମ୍‌ ବିଧାନସଭାର ଏକ ବୁଥରେ କେବଳ ଜଣେ ମାତ୍ର ଭୋଟର ଅଛନ୍ତି । ଯାହାପାଇଁ ଏକ ଅସ୍ଥାୟୀ ପୁଲିଙ୍ଗ ବୁଥ ତିଆରି କରାଯାଇଛି । ଅରୁଣାଚଳ ପ୍ରଦେଶର ବି.ଜେ.ପି ପ୍‌ୃଷ୍ଠାରେ ଏହା ଲେଖା ହୋଇଥିଲା । ଅରୁଣାଚଳର ମେଲଗୋମ୍‌ ଗାଁରେ ୪୫ ହୟୁଲିୟଙ୍ଗ ଏଲଏସିରେ କେବଳ ଜଣେ ଭୋଟର ଅଛନ୍ତି ଯାହାଙ୍କ ଗୋଟିଏ ଭୋଟ ଦ୍ୱାରା ଅରୁଣାଚଳ ପ୍ରଦେଶର ସମୃଦ୍ଧି ପ୍ରଭାବିତ ହୋଇ ପାରିବ । ଅନେକ ଦିଗ ଉପରେ ବିଚାର କରିବା ପରେ ଏହି ମିନିବୁଥ୍‌ ତିଆରି କରାଯାଇଥଇଲା । ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହାକୁ କଡାକଡି ଭାବରେ ପାଳନ କରିବା ପାଇଁ କୁହାଯାଇଛି । ରାଜ୍ୟରେ ଏପ୍ରିଲ ୧୧ ରେ ପାଖପାଖୀ ୭,୯୪,୧୬୨ ମତଦାତା ୨,୨୦୨ ପୁଲିଙ୍ଗ ବୁଥ୍‌ ରେ ନିଜରି ମତଦାନ କରିନ୍ତି ।

Leave A Reply

Your email address will not be published.