ଭାରତୀୟ ନୌସେନା ର ୨୧ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୮/୪: ଭାରତୀୟ ନୌସେନାର ୨୧ଜଣ କର୍ମଚାରୀ କରୋନା ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଶୁକ୍ରବାର ଦିନ ହୋଇଥିବା କରୋନା ପାଇଁ ନମୂନା ପରୀକ୍ଷାରୁ ଭାରତୀୟ ନୌସେନାର ୨୧ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ‘ଆଇଏନ୍‌ଏସ୍‌ ଆଙ୍ଗ୍ରେ’ର ଏହି କର୍ମଚାରୀମାନଙ୍କୁ ମୁମ୍ବାଇର କୋଲାବ ଠାରେ ଥିବା ନୌସେନା ଡାକ୍ତରଖାନା ଆଇଏନ୍‌ଏଚ୍‌ଏସ୍‌ ଅଶ୍ବିନୀରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ନୌସେନା କର୍ମଚାରୀମାନେ ‘ଆଇଏନ୍‌ଏସ୍‌ ଆଙ୍ଗ୍ରେ’ର ଆବାସିକ ସ୍ଥଳରେ ବସବାସ କରୁଥିଲେ। ‘ୱେଷ୍ଟର୍ଣ୍ଣ ନେଭାଲ୍ କମାଣ୍ଡ୍‌’ର ବିଭିନ୍ନ ଅଭିଯାନ ନିମନ୍ତେ ସମୁଦ୍ରକୂଳରେ ଥିବା ଏହି ଆବାସିକ ସ୍ଥଳ ଗୋଦାମ ଭାବେ କାର୍ଯ୍ୟ କରେ ଓ ପ୍ରଶାସନିକ ଦାୟିତ୍ବ ମଧ୍ୟ ନେଇଥାଏ।

୨୧ ଜଣଙ୍କ ମଧ୍ୟରୁ ୨୦ ଜଣ ଇଣ୍ଡିଆନ୍ ନାଭାଲ ସିପ୍ ଆଙ୍ଗରେର। ଅନ୍ୟ ଜଣେ ଏପ୍ରିଲ ୭ରେ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତ ଜଣଙ୍କ ନୌସେନାର ନାବିକ ବୋଲି ଜଣାପଡିଛି । ତେବେ ନୌସେନା କର୍ମଚାରୀଙ୍କ ଟାଭ୍ରେଲ ହିଷ୍ଟ୍ରି ଏବଂ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ଖୋଜା ଖୋଜି ଆରମ୍ଭ ହୋଇଛି ।