ଭାରତୀୟ ବାୟୁସେନାର ଜଣେ ପାଇଲଟ ନିଖୋଜ

ନୂଆଦିଲ୍ଲୀ, ୨୭/୨: ଆଜି ଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରଳାୟର ମୁଖପାତ୍ର ରବିଶ କୁମାର ସୂଚନା ଦେଇଛନ୍ତି ଭାରତ, ପାକିସ୍ତାନର ଏକ ଲଢ଼ୁଆ ବିମାନକୁ ଗୁଳି ମାଡ଼ରେ ତଳକୁ ଖସାଇଦେଇଛି । ସେହିଭଳି ଭାରତର ମଧ୍ୟ ମିଗ-୨୧ ଫାଇଟର ଜେଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏବଂ ବାୟୁସେନାଙ୍କ ଜଣେ ପାଇଲଟ ନିଖୋଜ ହୋଇଥିବା ସୂଚନା ମିଳିଛି । ପାଇଲଟକୁ ଧରି ନେଇ ପାକିସ୍ତାନ ହାଜତରେ ରଖିଥିବା ଦାବି କରିଛି । ଏହାର ସତ୍ୟାସତ୍ୟ ଯାଞ୍ଚ କରାଯାଉଛି ବୋଲି ରବୀଶ କୁମାର କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଆଜି ପାକିସ୍ତାନ ଫାଇଟର ଜେଟ ଭାରତ ସୀମା ଭିତରକୁ ପ୍ରବେଶ କରିଥିଲା । କିନ୍ତୁ ଭାରତ ସେନା ତାକୁ ଗୁଳି ମାଡ଼ କରି ତଳକୁ ଖସାଇଦେଇଥିଲା ।