ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ବର୍ଷା ସାଜିବ ବାଧକ, ରିଜର୍ଭ ଡେରେ ଅଧିକ ବର୍ଷା ହେବାର ଆଶଙ୍କା

0

ମାଞ୍ଚେଷ୍ଟର,୮/୭: ବିଶ୍ଵକପ ୨୦୧୯ର ପ୍ରଥମ ସେମି ଫାଇନାଲ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମାଞ୍ଚେଷ୍ଟରର ଓଲ୍ଟ ଟ୍ରାଫର୍ଡ ମୈଦାନରେ ଜୁଲାଇ ୯ ଅର୍ଥାତ ମଙ୍ଗଳବାର ଖେଳାଯିବ। ଏହି ମୁକାବିଲା ଉପରେ ସମଗ୍ର ଦୁନିଆର କ୍ରିକେଟ୍ ପ୍ରଶଂସକଙ୍କ ନଜର ରହିଛି। କାରଣ ଏହି ମ୍ୟାଚରେ ସ୍ଥିର ହେବ ଯେ ଚଳିତ ବିଶ୍ଵକପରେ ଫାଇନାଲରେ କେଉଁ ଦଳ ପ୍ରଥମେ ପ୍ରବେଶ କରିବ।

ଚଳିତ ବିଶ୍ଵକପରେ ଦୁଇ ଦଳ ମଧ୍ୟରେ ଜୁନ ୧୩ରେ ହେବାକୁ ଥିବା ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଥିଲା। ଏହି ମୁକାବିଲା ନର୍ଟିଂହାମରେ ଖେଳାଯିବାର ଥିଲା। କିନ୍ତୁ ଅଭ୍ୟାସ ମ୍ୟାଚରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ ଏବଂ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରିଥିଲା।

ମାତ୍ର କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖରାପ ଖବର ଯେ ଲିଗ୍ ପର୍ଯ୍ୟାୟ ପରି ଏହି ଦୁଇ ଦଳ ମଧ୍ୟରେ ହେବାକୁ ଥିବା ସେମି ଫାଇନାଲ ମୁକାବିଲାରେ ମଧ୍ୟ ବର୍ଷା ହେବାର ଆଶଙ୍କା ରହିଛି। ଏମିତି ହେଲେ ଦର୍ଶକଙ୍କ ମୁଡ ଖରାପ ହେବ। ବ୍ରିଟେନର ପାଣିପାଗ ବିଭାଗ ଅନୁସାରେ ମଙ୍ଗଳବାର ବାଦଲ ଛାଇ ରହିବ ଏବଂ ରହି ରହି ବର୍ଷା ହେବ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମଙ୍ଗଳବାର ହେବାକୁ ଥିବା ସେମି ଫାଇନାଲରେ ମୁକାବିଲାରେ ବର୍ଷା ହେବାର ଆଶଙ୍କା କାରଯାଉଛି। ଯଦି ଏହି ମ୍ୟାଚ୍ ବର୍ଷାରେ ଧୋଇଯାଏ ତେବେ ଏଥିପାଇଁ ବୁଧବାରକୁ ରିଜର୍ଭ ଡେ ଭାବେ ରଖାଯାଇଛି। ମାତ୍ର ଚିନ୍ତାର ବିଷୟ ଏହା ଯେ ରିଜର୍ଭ ଡେ ଅର୍ଥାତ ବୁଧବାର ଦିନ ମଧ୍ୟ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

ଯଦି ମଙ୍ଗଳବାର ସେମି ଫାଇନାଲ ଖେଳ ହୋଇନପାରିଲେ ବୁଧବାର ରିଜର୍ଭ ଡେରେ ମ୍ୟାଚ୍ ଆୟୋଜନ ହେବ। ଯଦି ବୁଧବାର ରିଜର୍ଭ ଡେ ବର୍ଷାରେ ଧୋଇ ଯାଇଯାଏ ତେବେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିବ। କାରଣ ଲିଗ୍ ପର୍ଯ୍ୟାୟରେ ଭାରତର ସର୍ବାଧିକ ୧୫ ପଏଣ୍ଟ ରହିଛି। ଅନ୍ୟ ପଟେ ନ୍ୟୁଜିଲାଣ୍ଡରର ୧୧ ପଏଣ୍ଟ ରହିଛି।

ବ୍ରିନେଟର ପାଣିପାଗ ବିଭାଗର ଅନୁମାନ ମୁତାବକ ସେମି ଫାଇନାଲ ଅର୍ଥାତ ମଙ୍ଗଳବାର ସକାଳ ୧୦ଟାରେ ୫୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ସକାଳ ୧୦ଟା ୩୦ରୁ ଆରମ୍ଭ ହେଉଥିବା ମ୍ୟାଚରେ ବିଳମ୍ବ ଘଟିପାରେ। କିନ୍ତୁ ଅପରାହ୍ନ ୧ଟା ପରେ ପାଗ ଭଲ ରହିବ ବୋଲି ଅନୁମାନ କରାଯାଇଛି।

Leave A Reply

Your email address will not be published.