ଭାରତ ଫେରିପାରନ୍ତି ମାଲ୍ୟା

0

ନୂଆଦିଲ୍ଲୀ, ୧୦/୧୨ : ଅଗୁସ୍ତା େୱଷ୍ଟଲ୍ୟାଣ୍ଡ ହେଲିକପଫର ଦୁର୍ନୀତିର ମଧ୍ୟସ୍ଥି ଖ୍ରୀଷ୍ଟିଆନ ମିଶେଲଙ୍କର ଭାରତ ପ୍ରତ୍ୟାର୍ପଣ ପରେ ଏବେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ପ୍ରତ୍ୟାର୍ପଣ ହେବାର ସମ୍ଭାବନା ରହିଛି । ସୋମବାର ବ୍ରିଟେନର ଏକ ଅଦାଲତରେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ସମ୍ପର୍କିତ ଗୁରୁତ୍ୱପୁର୍ଣ୍ଣ ଶୁଣାଣି ହେବ । ଏଥିରେ ଯୋଗ ଦେବା ପାଇଁ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଏସ ସାଇ ମନୋହରଙ୍କ ନେତୃତ୍ୱରେ ଗଠିତ ଏକ ଟିମ ବ୍ରିଟେନ ଗସ୍ତ କରିଛନ୍ତି । ଏହି ପ୍ରତ୍ୟର୍ପଣ ସମ୍ଭବ ହେଲେ ମାଲ୍ୟା ଏହି ଅଧିକାରୀଙ୍କ ସହ ଭାରତ ଫେରିବାର ସମ୍ଭାବନା ରହିଛି । ଏହି ଶୁଣାଣି ପାଇଁ ସିବିଆଇ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ସ୍ଥାନରେ ମନୋହରଙ୍କୁ ଯିବାକୁ ପଡିଛି । ଏହା ପୂର୍ବରୁ ଆସ୍ଥାନା ଏସଆଇଟି ମୁଖ୍ୟ ଦାୟୀତ୍ୱରେ ଥିଲେ ଛ ଅସ୍ଥାନାଙ୍କ ମାମଲାର ସୁଣାଣି ସରିନଥିବାରୁ ମନୋହର ତାଙ୍କ ସ୍ଥାନ ସମ୍ଭାଳୁଛନ୍ତି । ଏହି ଗସ୍ତରେ ସିବିଆଇ ଅଧିକାରୀଙ୍କ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଦୁଇ ଜଣ ଅଧିକାରୀ ଯାଇଥିବା ସୁଚନା ମିଳିଛି । କିଙ୍ଗଫିସର ଏୟାରଲାଇନ୍ସର ପ୍ରମୁଖ ରହିଥିବା ୬୨ ବର୍ଷିୟ ବିଜୟ ମାଲ୍ୟାଙ୍କ ବିରୋଧରେ ୯ ହଜାର କୋଟି ଟଙ୍କାର ଧୋକାଧାଡି ଏବଂ ଅର୍ଥ ହେରଫେରର ଅଭିଯୋଗ ରହିଛି । ବିଗତ ବର୍ଷ ଏପ୍ରିଲ ମାସରେ ତାଙ୍କ ନାମରେ ପ୍ରତ୍ୟାର୍ପଣ ୱାରେଣ୍ଟ ଜାରୀ ହେବା ପରେ ସେ ଜାମିନର ଅଛନ୍ତି ।

Leave A Reply

Your email address will not be published.