ଭାରି କ୍ଷତିକାରକ ଇ-ସିଗାରେଟ୍‌

0

ଧୂମପାନ ଛାଡିବା ପାଇଁ ଇ-ସିଗାରେଟ୍‌ର ସାହାରା ନେଉଥିବା ଲୋକଙ୍କ ପାଇଁ ଦୁଃଖ ଖବର । ଜାପାନର ସ୍ୱାସ୍ଥ୍ୟ ବିଶେଷଜ୍ଞ ଦାବି କରିଛନ୍ତି ଯେ, ଇ-ସିଗାରେଟ୍‌ରେ ସାଧାରଣ ସିଗାରେଟ୍‌ ତୁଳନାରେ ୧୦ ଗୁଣା ଅଧିକ ଭୟଙ୍କର ରସାୟନିକ ଦ୍ରବ୍ୟ ରହିଛି । ଯାହା ମାରାତ୍ମକ କ୍ୟାନ୍ସର ହେବାର ଆଶଙ୍କା ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କେତେକ ଇ-ସିଗାରେଟ୍‌ ଭିତରେ ବ୍ୟବହାର କରାଯାଉଥିବା ତରଳ ପଦାର୍ଥ ବାଷ୍ପରେ ଫର୍ମାଲିହାଇଡେଡ଼୍‌ ଓ ସିଟ୍‌ଲିଡିହାଇଡ୍‌ ପରି ରସାୟନିକ ପଦାର୍ଥ ରହିଛି , ଏହା ଶରୀର ପାଇଁ ବିପଦ ହୋଇଥାଏ । ଦେଶର ସ୍ୱସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ଅଧ୍ୟୟନକର୍ତ୍ତାମାନେ କହିଛନ୍ତି ଯେ, ଇ-ସିଗାରେଟ୍‌ ସାଧାରଣ ସିଗାରେଟ୍‌ ତୁଳନାରେ କମ୍‌ ହାନି କାରକ କୁହାଯାଇଥାଏ । କି;ୁ ବାସ୍ତବରେ ଏହା ନୁହେ । ସାଧାରଣ ସିଗାରେଟ୍‌ଠାରୁ ଏହା ଅଧିକ ବିପଦପୂର୍ଣ୍ଣ ।

Leave A Reply

Your email address will not be published.