ଭିଜିଲାନ୍ସ ଜାଲରେ ଦେଓଗାଁ ଆଡିସନାଲ ତହସିଲଦାର

0

ବଲାଙ୍ଗୀର,୧୩/୭ : ବଲାଙ୍ଗୀର ଜିଲା ଦେଓଗାଁ ତହସିଲର ଆଡିସନାଲ ତହସିଲଦାର ରାଜେନ୍ଦ୍ର ଚୈଧୁରୀ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉକରି ତାଙ୍କୁ ଧରିଛନ୍ତି। ରାଜେନ୍ଦ୍ରଙ୍କ ନିକଟରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି। ବାଲି ଉଠାଣ ଠିକାର ପାସ୍‌ କରିଦେବାକୁ ସେ ଏହି ଟଙ୍କା ନେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.