ଭୁବନେଶ୍ୱର- ଦୁବାଇ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କର କେନ୍ଦ୍ର ନିକଟରେ ଦାବି

0

ଭୁବନେଶ୍ୱର,୧୩ / ୭ : ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଲେଖିଥିବା ପତ୍ରରେ ନବୀନ କହିଛନ୍ତି ଯେ,ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି ଏବଂ ଏହି ରାଜ୍ୟରେ ଅଧିକ ପୁଞ୍ଜିକରଣ ପାଇଁ ନିବେଶକମାନେ ଆଗ୍ରହୀ। ଏଥିପାଇଁ ବିଭିନ୍ନ ଅନ୍ତର୍ଜାତିୟ ବିମାନ ଚଳାଚଳ ସଂସ୍ଥା ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇକୁ ଅନ୍ତର୍ଜାତିକ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କିନ୍ତୁ ଲ୍ୟାଣ୍ଡିଙ୍ଗ୍‌ ଅଧିକାର ଉପରେ କଟକଣା ଏଥିପାଇଁ ବାଧକ ସାଜିଛି।

ସିଧାସଳଖ ଦୁବାଇ ଏବଂ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ଭଳି ବିଭିନ୍ନ ଅନ୍ତର୍ଜାତିୟ ଗନ୍ତବ୍ୟସ୍ଥଳୀକୁ ଯୋଗୁଁ ବିମାନ ଚଳାଚଳର ବ୍ୟବସ୍ଥା ନଥିବା ହେତୁ ଆନ୍ତର୍ଜାତିକ ବିମାନ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ହେଲେ ଏହି ଅସୁବିଧା ଦୂର ହୋଇପାରିବ।

ଯଦିଓ ଏୟାର ଇଣ୍ଡିଆର ବିମାନ ନୂଆଦିଲ୍ଲୀ ହୋଇ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରକୁ ଯାଉଛି, କିନ୍ତୁ ଏହା ଦ୍ୱାରା ଯାତ୍ରୀମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି ଏବଂ ଅଧିକ ସମୟ ଲାଗୁଛି ଯେହେତୁ ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନଯାତ୍ରା ପାଇଁ ଯଥେଷ୍ଟ ଯାତ୍ରୀ ଆଗ୍ରହୀ,ସେଥିପାଇଁ ଏହି ସିଧାସଳଖ ବିମାନ ଚଳାଚଳର ଆବଶ୍ୟକତା ଅନୁଭୂତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଦର୍ଶାଇଛନ୍ତି। ଏହି ପରିପ୍ରେକ୍ଷୀରେ ଏୟାର୍‌ ଇଣ୍ଡିଆ କିମ୍ବା ଅନ୍ୟ କୌଣସି ବିମାନ ଚଳାଚଳ ସଂସ୍ଥାକୁ ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ନିର୍ଦ୍ଦେଶ ସିଧାସଳଖ ବିମାନ ଚଳାଚଳ କରିବାକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.