ଭୂତ ଛଡ଼ାଇବାକୁ ଯାଇ ଗିରଫ ହେଲେ ବାବା

0

ନୂଆପଡ଼ା,୧୩/୬ :ପୁଣି ଜଣେ ବାବା ପୋଲିସ ହାତରେ ଆଜି ଗିରଫ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ନୂଆପଡ଼ା ଖଡ଼ିଆଳରେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଗିରଫ ହୋଇଛନ୍ତି ।ନାବାଳିକାଙ୍କୁ ଭୂତ ଲାଗିଥିବା ସନ୍ଦେହ କରି ତାଙ୍କ ପରିବାର ଲୋକେ ବାବାଙ୍କୁ ଘରକୁ ଡ଼ାକିଥିଲେ । ପରେ ବାବା ଜଣକ ନାବାଳିକାଙ୍କ ଘରକୁ ଯାଇ ଔଷଧ ଖାଇବାକୁ ଦେଇଥିଲେ। ଏହା ପରେ ସେ ଘର ଭିତର ପଟୁ କବାଟ ବନ୍ଦ କରି ସେଠାରେ ବାବା ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ନାବାଳିକା ଜଣକ ଚିତ୍କାର କରିଥିଲେ । ଫଳରେ ତାଙ୍କ ପରିବାର ଲୋକେ ଯାଇ ଦେଖିବା ପରେ ଅଚେତ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ପରେ ଖବର ପାଇ ପୋଲିସ ସେଇ ବାବାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁ ବସନ୍ତ କୁମାର ବାଗ ଓ ତାଙ୍କ ଘର ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଘୁଟୁପାଲି ଗାଁରେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.