ପ୍ରତ୍ୟେକ ମହିଳାଙ୍କ ଆଶା ରହିଥାଏ, ଜଣେ ସୁନ୍ଦର ଜୀବନସାଥୀଟିଏ ପାଇବା ପାଇଁ । ତେବେ ଏହି ଆଶା କାହାର ପୂରଣ ହୁଏତ ଆଉ କାହାରା ଆଶା ଆଶାରେ ହିଁ ରହିଯାଏ । ତେବେ ଆପଣମାନେ ତ ଅନେକ ବିବାହ କଥା ଜାଣିଛନ୍ତି କି;ୁ କ’ଣ କେବେ ଭୂତ ସହ ବିବାହ କରିବା କଥା ଜାଣିଛନ୍ତି । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ନିକଟରେ ଆମଣ୍ଡା ଟିଗୁ୍ୟ ନାମକ ଜଣେ ମହିଳା ୩୦୦ ବର୍ଷ ପୂର୍ବେ ମୃତୁ୍ୟ କରି ଦେଇଥିବା ବ୍ୟକ୍ତିଙ୍କ ଅତୃପ୍ତ ଆତ୍ମା ସହିତ ବିବାହ କରିଛନ୍ତି । ଏହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ସୁଚନାମୁତାବକ ଉକ୍ତ ମହିଳା ଜଣକ ନିଜର ଜୀବନ ସାଥିୀ ବାଝିବାରେ ଅସଫଳ ହୋଇଥିବାରୁ ଆତ୍ମ ସହିତ ବିବାହ କରିବାର ଧାର୍ଯ୍ୟ କରିଛନ୍ତି । ୨୦୧୪ର କଥା ଆମଣ୍ଡା ରାତିରେ ଶୋଇଥିବା ସମୟରେ ତାଙ୍କ ପାଖରେ କିଏ ଜଣେ ଆସି ବସିଥିବାର ସେ ଅନୁଭବ କରିଥିଲେ । ତାହା ଥିଲା ଜ୍ୟାକ୍ଙ୍କ ଆତ୍ମା । ଏହାପରେ ଆମଣ୍ଡା ଜ୍ୟାକ୍ଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କଲେ । ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଲେ ଯେ, ୩୦୦ବର୍ଷ ପୂର୍ବେ ସାମୁଦ୍ରିକ ଚୋର ଭାବେ ପୁଲିସ ଜ୍ୟାକ୍ଙ୍କୁ ଗିରଫ କରିଥିଲେ । ପରେ ତାଙ୍କୁ ମୃତୁ୍ୟଦଣ୍ଡା ଦେଶ ଦେଇଥିଲେ । ଏହାପରେ ଭୂତ ସହିତ ଅମାଣ୍ଡଙ୍କ ବନ୍ଧୁତ୍ୱ ଧିରେ ଧିରେ ବଢିବାରେ ଲାଗିଲା । ପରବର୍ତ୍ତୀ ସମୟରେ ଏହି ବନ୍ଧୁତ୍ୱ ପ୍ରେମରେ ପରିଣତ ହୋଇଗଲା । ଏହାପରେ ଉଭୟ ବିବାହ କରିବାର ନିଷ୍ପତି ନେଇଥିଲେ । ଏହାପରେ ଜ୍ୟାକ୍ଙ୍କ ଉପସ୍ଥିତିକୁ ଅନୁଭବ କରିବା ପାଇଁ ସେ ଏକ ଖପୁରୀ ଥିବା କଳା ପତାକାକୁ ପାଖରେ ରଖି ବିବାହ କରିଥିଲେ । ବିବାହ ପରେ ଉଭୟ ଏବେ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।