ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ

0

କଟକ,୧୨/୩: ଗଂଜାମ ଜିଲ୍ଲାର ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ବିଜେପି ନେତା ଗୋଲକ ମହାପାତ୍ର ଏବଂ ଭୃଗୁବକ୍ସି ପାତ୍ରଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥି ସହିତ କୋର୍ଟ କେସ୍‌ ଡାଏରୀ ଦାଖଲ କରିବାକୁ ପୁଲିସକୁ ନର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ମାର୍ଚ୍ଚ ୧୯ରେ ହେବ ବୋଲି ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ପୂର୍ବରୁ ଓଡ଼ିଶା ପୁଲିସ ବିଜେପିର ଏହି ଦୁଇ ବରିଷ୍ଠ ନେତାଙ୍କୁ ଗତ ଜାନୁଆରି ୨୯ରେ ନୋଟିସ ଜାରି କରିଥିଲା। ନୋଟିସରେ ଭିନ୍ନ ଭିନ୍ନ ସମୟରେ ଫେବ୍ରୁଆରି ୭ ଓ ୯ରେ ହାଜର ହେବା ପାଇଁ କହିଥିଲା।

ସୂଚନାଯୋଗ୍ୟ ୨୦୧୭ ସେପ୍ଟେମ୍ବର ୧୬ରେ ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ଏକ ଗୋଷ୍ଠୀ ସଂଘବଦ୍ଧ ଭାବରେ ଲକ୍ଷ୍ମୀଦତ୍ତଙ୍କୁ ତାଙ୍କର ଘର ସମ୍ମୁଖରେ ଦିବାଲୋକରେ ହତ୍ୟା କରିଥିଲେ। ଘଟଣାର ତଦନ୍ତ କରି ପୁଲିସ ୧୭ ଜଣଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.