ଭୟରେ ସରକାର ବିଧାନସଭା ବନ୍ଦ କଲେ : ପ୍ରଦୀପ ପୁରୋହିତ

0

ଭୁବନେଶ୍ୱର,୨୫/୧୧: ବିଧାନସଭାର ଶୀତ ଅଧିବେଶନ ନିର୍ଧାରିତ ସମୟର ବହୁ ଆଗରୁ ମାତ୍ର ୫ଦିନରେ ସାରିବା ପ୍ରସଙ୍ଗରେ ମୁହଁ ଖୋଲିଛି ଭାରତୀୟ ଜନତା ପାର୍ଟି । ଦଳର ବିଧାୟକ ପ୍ରଦୀପ ପୁରୋହିତ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ଏହା ସହ ସରକାର ଭୟରେ ବାଧ୍ୟ ହୋଇ ବିଧାନସଭା ଅଧିବେଶନ ବନ୍ଦ କଲେ ବୋଲି ସେ କହିଛନ୍ତି ।
ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଆଲୋଚନା ହୋଇଥାନ୍ତା । କିନ୍ତୁ ସରକାର ପଳାୟନପନ୍ଥୀ ହୋଇ ଏହାକୁ ବନ୍ଦ କଲେ । ପ୍ରସଙ୍ଗ ଉଠିଥିଲେ ସରକାର ଅଡୁଆରେ ପଡିଥାନ୍ତେ । ସରକାରଙ୍କ ପ୍ରକୃତ ମୁଖା ଖୋଲି ଯାଇଥାନ୍ତା । ଏହା ସହ ମୁଖ୍ୟ ବିରୋଧୀ ସରକାରଙ୍କ ପକେଟରେ ଥିବା ପର୍ଦ୍ଦାପାସ ହେଲା । ବିଜେପି ପ୍ରସଙ୍ଗ ନେଇ ଲୋକଙ୍କ ଅଦାଲତକୁ ଯିବ ବୋଲି ସେ କହିଛନ୍ତି ।
ତେବେ ୧୮ ଦିନ ପୂର୍ବରୁ ବିଧାନସଭା ବନ୍ଦ ହେବା ଘଟଣାରେ ବିଜେପିର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ମୁଖ୍ୟ ସଚେତକ ଅମର ଶତପଥୀ ଗୃହରେ କାର୍ଯ୍ୟ ନଥିବାରୁ ଏହାକୁ ବନ୍ଦ କରାଯାଇଥିବା କହିଛନ୍ତି । ଏହା ସହ ଏନେଇ ସର୍ବଦଳୀୟ ବୈଠକରେ ନିଷ୍ପତି ହୋଇଥିଲା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.