ମଟର ଚିଜ୍‌ ପଲାଉ

0

ସାମଗ୍ରୀ: ଚିଜ୍‌-୩ରୁ୪ କପ୍‌,କଟା ପିଆଜ-୧/୨ କପ୍‌, ଗ୍ରୀନ ମଟର-୩ରୁ୪ କପ୍‌, ବସୁମତୀ ଚାଉଳ-୧ କପ୍‌, ତେଲ-୩ ଚାମଚ, ଜିରା-୧/୨ ଚାମଚ, ଲବଙ୍ଗ-୪ଟି, ଡାଳଚିନି-୧ ଖଣ୍ଡ, ତେଜପତ୍ର-୨ଟି, କଞ୍ଚାଲଙ୍କା ପେଷ୍ଟ-୨ ଚାମଚ, ସ୍ୱାଦ ଅନୁସାରେ ଲୁଣ, କଟା ଧନିଆ-୧ ଚାମଚ ।
ପ୍ରଣାଳୀ:
ଚାଉଳକୁ ଅଧ ଘଣ୍ଟା ପାଣିରେ ଭିଜେଇ ରଖିବେ ଚାଉଳ ଭିଜି ଗଲାପରେ ତାକୁ ଛାଣି ଗୋଟିଏ ପାତ୍ରରେ ରଖନ୍ତୁ। ପ୍ୟାନ୍‌ ଚୂଲାରେ ବସାଇ ସେଥିରେ ତେଲ ଗରମ କରିନ୍ତୁ । ତେଲ ଗରମ ହୋଇଗଲେ ସେଥିରେ ଜିରା, ଡାଳଚିନି, ଲବଙ୍ଗ ଓ ତେଜପତ୍ର ପକାଇ ୩୦ ସେକେଣ୍ଡ ପାଇଁ ତାକୁ ଭାଜିବେ । ଏହାପରେ ଏଥିରେ କଟା ପିଆଜ ଓ ଲଙ୍କା ପେଷ୍ଟ ପକାଇ ୨ମିନିଟ ପର୍ଯ୍ୟନ୍ତ ଭାଜିବେ । ପିଆଜ ଭାଜିହୋଇଗଲେ ସେଥିରେ ବତୁରା ଚାଉଳ ପକାଇ ଭଲଭାବେ ଗୋଳାଇ ଦେବେ । ପାଞ୍ଚ ମିନିଟ ପରେ ସେଥିରେ ଗ୍ରୀନ ମଟର, ଲୁଣ ଓ ୨କପ୍‌ ପାଣି ଦେଇ ପ୍ୟାନ୍‌ରେ ଘୋଡ଼ଣୀ ଦେବେ । ପଲାଉ ହୋଇ ଗଲାପରେ ସେଥିରେ କଟା ଚିଜ୍‌ ଓ କଟା ଧନିଆ ପତ୍ର ପକାଇ ଢାଙ୍କୁଣୀ ଦେଇଦେବେ । ଏହା ପରେ ପ୍ରସ୍ତୁତ ହୋଇ ଯିବ ଆପଣଙ୍କ ମଟର ଚିଜ୍‌ ପଲାଉ ।

Leave A Reply

Your email address will not be published.