ମଡର୍ଣ୍ଣ ହେଲମେଟ୍‌

0

ବର୍ଡ଼ର ଜଗୁଥିବା ଯବାନଙ୍କୁ ଆଧୁନିକ ହେଲମେଟ ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଛି । ଯୁଦ୍ଧ ଓ ସେନା ଅପରେସନ ବେଳେ ସୁରକ୍ଷା ଦେବ ଏହି ମଡର୍ଣ୍ଣ ହେଲମେଟ । ୯ଏମ୍‌ଏମ୍‌ ଗୁଳିକୁ ସହ୍ୟ କରିବା କ୍ଷମତା ରହିଛି ଏହି ହେଲମେଟ୍‌ର । ଏହି ବିଶ୍ୱଶ୍ରେଣୀୟ ହେଲମେଟ ଆରାମଦାୟକ ହେବା ସହ ସୁରକ୍ଷା ଯୋଗାଇଦେବ । ହେଲମେଟରେ କମୁ୍ୟନିକେସନ ଡିଭାଇସ ମଧ୍ୟ ଖଞ୍ଜାଯାଇଛି । କାନପୁରର ଏମକେୟୁ ଇଣ୍ଡଷ୍ଟ୍ରିଜ ସେନାବାହିନୀଙ୍କୁ ଏହି ହେଲମେଟ ଯୋଗାଇବ । ୧ଲକ୍ଷ ୫୮ହଜାର ହେଲମେଟ ପାଇଁ ଏବେ ଅର୍ଡର ଦିଆଯାଇଛି । ଏଥିପାଇଁ ୧୮୦କୋଟି ଖର୍ଚ୍ଚ କରିବ ସେନା । ନୂଆ ହେଲମେଟ ତିଆରି ଆରମ୍ଭ ହୋଇଥିବା ବେଳେ ଆଗାମୀ ୩ବର୍ଷ ମଧ୍ୟରେ ଏହା ସେନାକୁ ଯୋଗାଇ ଦିଆଯିବ । ଏବେ ଏହି ହେଲମେଟର କାର୍ଯ୍ୟକାରୀତାକୁ ନେଇ ଏକ ଭିଡ଼ିଓ ଜାରି କରାଯାଇଛି ।

Leave A Reply

Your email address will not be published.