ୱାଶିଂଟନ, ୨୧/୧୨ : ଆମେରିକାର ରାଷ୍ଟ୍ରପତି ଡୋନାଲï ଟ୍ରମ୍ପଙ୍କ ବୈଦେଶୀକ ନୀତି ସହ ଅସହମତ ପ୍ରକାଶ କରି ପ୍ରତିରକ୍ଷା ମନ୍ତ୍ରୀ ଜିମ୍ ମୈଟିସ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଟ୍ରମ୍ପ ନିଜେ ଟ୍ୱିଟ୍୍ ଯୋଗେ ଏହା ଜଣାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କ ଇସ୍ତଫାର ଏକ ନକଲ ପେଣ୍ଟାଗନ ତରଫରୁ ରିଲିଜ କରାଯାଇଥିବା ସୂଚନା ମିଳିଛି । ଶୀର୍ଷସ୍ତରୀୟ ପରାମର୍ଶଦାତାଙ୍କୁ ଅମାନ୍ୟ କରି ସିରିଆରୁ ସମସ୍ତ ଯୁକ୍ତରାଷ୍ଟ୍ର ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ଲାଗି ନିଷ୍ପତ୍ତି ନେବାର ଦିନକ ପରେ ଜିମ୍ ଏ ଭଳି ପଦକ୍ଷେପ ନେଇଛନ୍ତି । ଟ୍ରମ୍ପଙ୍କୁ ଦେଇଥିବା ନିଜ ଇସ୍ତଫା ପତ୍ରରେ ଜିମ୍ ଲେଖିଛନ୍ତିି, ନିଜ ପାରମ୍ପରିକ ସହେଯାଗୀଙ୍କ ସମର୍ଥନ କରିବା ଏବଂ ଶତ୍ରୁଙ୍କ ବିରୋଧରେ ଲଢିବାକୁ ନେଇ ମୋ ଚିନ୍ତାଧାରା ରାଷ୍ଟ୍ରପତିଙ୍କ ଚିନ୍ତାଧାରା ସହ ମେଳ ଖାଉନାହିଁ । ତେଣୁ ଏହି ପଦବୀରୁ ମୋର ଇସ୍ତଫା ଦେବା ହିଁ ଭଲ ବୋଲି ମୁଁ ଭାବୁଛି । ପୂର୍ବରୁ ମେରାଇନ୍ରେ ଜେନେରାଲ୍ ଥିବା ମ୍ୟାଟିସ୍ ନାଟୋ ଏବଂ ଆମେରିକାର ପାରମ୍ପରିକ ମେଣ୍ଟ ସହ ସମ୍ପୃକ୍ତ ଥିବାରୁ ଟ୍ରମ୍ପ୍ଙ୍କ ସହ ତାଙ୍କର ମତଭେଦ ରହୁଥିଲା । ସେ ଟ୍ରମ୍ପ୍ଙ୍କ ସିରିଆ ନିଷ୍ପତ୍ତିକୁ ବିରୋଧ କରୁଥିଲେ । ଏହା ତାଙ୍କ ଇସ୍ତଫାର ପ୍ରମୁଖ କାରଣ ବୋଲି ଜଣେ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।