ମଦ କାରଖାନା ଉପରେ ଚଢ଼ାଉ : ୧୭ଲକ୍ଷ ଟଙ୍କା, ୧୫୦ ଲିଟର ମଦ ଜବତ

ଖୋର୍ଦ୍ଧା ,୨୪/୪: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାସଲ ଗ୍ରାମରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ କାରଖାନା ଚାଲିଆସୁଥିଲା। ଜେନେରେଟର, ପେକିଂ ମେଶିନ ସାହାଯ୍ୟରେ ଡେଲି ମଦ ଆଣାଯାଇ ବେପାର ହେଉଥିଲା। କୌଣସି ସୂତ୍ରରୁ ଖବରପାଇ ଶୁକ୍ରବାର ସକାଳେ ଖୋର୍ଦ୍ଧା ଅବକାରୀ ବିଭାଗ ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉ କରିଥିଲା । ଏହି କାରବାରେ ସମ୍ପୃକ୍ତ ମହିଳା କିଙ୍ଗ୍‌ପିନ୍‌ କୁହାଯାଉଥିବା ମିନତି ପାଇକରାୟଙ୍କୁ ପୋଲିସ ଗିରଫ କରିଛଇ। ତାଙ୍କ ସ୍ବାମୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ନଗଦ ୧୭ ଲକ୍ଷ ଟଙ୍କା, ୧୫୦ ଲିଟର ମଦ, କାର, ଜେନରେଟର, ପେକିଂ ମେଶିନ ଆଦି ଜବତ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ରଞ୍ଜନ କୁମାର ନାୟକ କହିଛନ୍ତି ।