ମଦ ବ୍ୟାରେଲରେ ହୋଟେଲ୍ ଶୁଣିଲେ ନିଶ୍ଚୟ ଆଡୁଆ ଲାଗିବ । ହେଲେ ଏହା ସତ୍ୟ । ପର୍ତ୍ତୁଗାଲ୍ ପୋର୍ଟୋ ସହରର ୱାଇନ୍ ଟାଉନ୍ରେ ହୋଇଛି ଏକ ନୂଆ ହୋଟେଲ୍, ଯାହା ମଦ ବ୍ୟାରେଲ୍ରେ ପ୍ରସ୍ତୁତ ହୋଇଛି । ଏହି ହୋଟେଲ୍ଟି ୨୭୦ ବର୍ଗଫୁଟ୍ ପରିମିତ । ଏହାର ଦୈର୍ଘ୍ୟ ୨୫ ଫୁଟ୍ ଓ ପ୍ରସ୍ଥ ୧୦ ଫୁଟ୍ । ଏହି ହୋଟେଲକୁ ବିଶେଷତଃ ୱାଇନ୍ ଟାଉନ୍ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ କରାଯାଇଛି । ପର୍ଯ୍ୟଟକ ଏଠାକାର ଆଖପାଖ ଦୃଶ୍ୟକୁ ଭଲଭାବେ ଉପଭୋଗ କରିବା ପାଇଁ ହୋଟେଲ୍ରେ ବଡ ଲନ୍ ରହିଛି । ପ୍ରତି ହୋଟେଲ୍ରେ ତିନି ଜଣ ଲୋକ ରହିବା ବ୍ୟବସ୍ଥା ରହିଛି । ଏଠାରେ ୨୪ ଘଣ୍ଟାର ଭଡା ପାଖାପାଖି ୧୬ ହଜାର ଟଙ୍କା । ଏହି ହୋଟେଲ୍ରେ କିଚେନ୍, ବେଡ୍ରୁମ୍, ବାଥ୍ରୁମ୍, ହଲ୍ ଇତ୍ୟାଦି ପୁରାତନ ବାସ୍ତୁକଳାରେ ଡିଜାଇନ୍ ହୋଇଛି । ମଦ ବ୍ୟାରେଲ୍ରେ ହୋଇଥିବା ହୋଟେଲ୍ଟି ସମ୍ପୂର୍ଣ୍ଣ ରୂପେ ଶୀତତାପ ନିୟନ୍ତ୍ରିତ । ଏଠାକାର ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣୀୟ ହେବ ବୋଲି ସ୍ଥାନୀୟ ମେୟର କହିଛନ୍ତି ।