କଟକ,୨୯/୧: ସତ୍ୟଭାମାପୁରରେ ଅମିତ ଶାହା ପହଁଚି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଏନ୍ତୁଡିଶାଳକୁ ବୁଲି ଦେଖିଛନ୍ତି । ସେଠାରେ ସେ ଉତ୍କଳ ଗୌରବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହାପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଏଠାକୁ ଆସି ତାଙ୍କ ଚେତନାର ଉନ୍ନତି ହୋଇଛି । ମଧୁବାବୁ ଓଡିଶାର ଜଣେ ସୁଯୋଗ୍ୟ ସନ୍ତାନ । ସେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ନିରନ୍ତର ପ୍ରୟାସ କରିଥିଲେ । ଏହାସହ ଓଡିଶା ଭାଷା ପ୍ରତି ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ । ଯାହାକୁ ରାଜ୍ୟ ସବୁଦିନ ପାଇଁ ମନେ ରଖିବ । ମନ୍ତ୍ରୀ ହେବା ପରେ ମଧ୍ୟ ମଧୁବାବୁ ମହିଳାଙ୍କ ଉନ୍ନତି, ରାଜ୍ୟର ପ୍ରଗତି, ଶିକ୍ଷାର ଉନ୍ନତିକରଣ ପାଇଁ ସର୍ବଦା ପ୍ରୟାସରତ ଥିଲେ । ଯାହା ସାରା ଦେଶରେ ଉଦାହରଣ ।
ଏହାସହ ଅମିତ ଶାହା ଏଠାକୁ ଆସି ଗୌରବ ଅନୁଭବ କରିବା ସହ ବିଜେପି ସମଗ୍ର ଓଡିଶାର ବିକାଶ କରି ମଧୂବାବୁଙ୍କ ସ୍ୱପ୍ନକୁ ସାକାର କରିବ ବୋଲି ସେ କହିଛନ୍ତି ।