ମମତା ବନାମ ସିବିଆଇ : ମୁକ୍ତ ହେଲେ ୫ ସିବିଆଇ ଅଫିସର

0

କୋଲକାତା,୩/୨ : କୋଲକାତାରେ ରବିବାର ସନ୍ଧ୍ୟାରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ଘରେ ସିବିଆଇ ଯାଞ୍ଚ ପାଇଁ ପହଞ୍ଚିବା ନେଇ ହାଇପ୍ରୋଫାଇଲ ଡ୍ରାମା ଆରମ୍ଭ ହୋଇ ଯାଇଛି। ଦେଶର ଇତିହାସରେ ପ୍ରଥମ ଥର ସବୁଠୁ ବଡ଼ ତଦନ୍ତକାରୀ ସଂସ୍ଥାର ୫ ଜଣ ଅଫିସରଙ୍କୁ ରାଜ୍ୟ ପୋଲିସ ଗିରଫ କରିଛି। ଏବେ ଏହି ଲଢେଇ କେନ୍ଦ୍ର ବନାମ ରାଜ୍ୟ ହୋଇ ଯାଇଛି। ମାତ୍ର କିଛି ସମୟ ପରେ ଅଫିସରଙ୍କୁ ଛାଡ଼ି ଦିଆଯାଇଛି।

ସାରଦା ଚିଟ୍ ଫଣ୍ଡ ଘୋଟାଲାର ତଦନ୍ତ କରୁଥିବା ସିବିଆଇ ଦଳ ରବିବାର ସନ୍ଧ୍ୟାରେ ପୋଲିସ କମିଶନରଙ୍କ ଘରେ ପହଞ୍ଚିବା ପରେ ସେମାନଙ୍କ ସହ ଯେଉଁଭଳି ବ୍ୟବହାର କରାଯାଇଛି ଯାହା ଇତିହାସରେ କେବେ ବି ହୋଇନଥିଲା। ମମତାଙ୍କ ପୋଲିସ ସିବିଆଇ ଅଧିକାରୀଙ୍କୁ କମିଶନରଙ୍କ ଘର ଭିତରକୁ ଯିବାକୁ ଦେଇନଥିଲା ଏବଂ ଧସ୍ତାଧସ୍ତି କରିଥିଲା। ଅଧିକାରୀଙ୍କ ଡ୍ରାଇଭରକୁ ଗାଡିରୁ ଓହ୍ଲାଇ ଥାନା ନେଇଯାଇଥିଲେ ଏବଂ ଏହା ପରେ ପାଞ୍ଚ ଜଣ ଅଧିକାରୀଙ୍କୁ କୋଲକାତା ପୋଲିସ ଗିରଫ କରି ନେଇଥିଲା।
ଏବେ କୁହାଯାଉଛି ଯେ ସିବିଆଇ ମମତା ବାନାର୍ଜୀଙ୍କ ଏହି ଆଭିମୁଖ୍ୟ ବିରୋଧରେ ରାଜ୍ୟପାଳଙ୍କଠାରେ ଗୁହାରି କରି ପାରନ୍ତି। ସିବିଆଇ ସୂତ୍ର ମୁତାବକ ସେମାନେ ସନ୍ଦେହ କରୁଛନ୍ତି ଯେ, କମିଶନରଙ୍କ ଘରେ ଯେଉଁ ଜରୁରୀ ଦସ୍ତାବିଜ ରହିଛି ତାହା ନଷ୍ଟ କରି ଦିଆଯାଇପାରେ। ଏହା ବ୍ୟତୀତ ସିବିଆଇ ଶୀଘ୍ର ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେବାକୁ ଯାଉଛି।
ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆରୋପି କମିଶନରଙ୍କୁ ବଞ୍ଚାଇବା ପାଇଁ ମେଟ୍ରୋ ଚ୍ୟାନେଲରେ ଧାରଣାରେ ବସିଛନ୍ତି। ଏହା ମଧ୍ୟରେ କୋଲକାତା ପୋଲିସ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ପଙ୍କଜ ଶ୍ରୀବାସ୍ତବଙ୍କୁ ଗିରଫ କରିପାରେ।

Leave A Reply

Your email address will not be published.