ମରୁଡି ପ୍ୟାକେଜ୍‌ ଘୋଷଣା କଲେ ରାଜ୍ୟ ସରକାର

0

ଭୁବନେଶ୍ୱର,୧୫/୧୧: ରାଜ୍ୟ ସରକାର ଆଜି ମରୁଡି ପ୍ରଭାବିତ ଅଞ୍ଚଳ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ଅନୁସାରେ ଚାଷ ଜମିର ୩୩ ପ୍ରତିଶତ ଠାରୁ ଅଧିକ କ୍ଷତି ହୋଇଥିଲେ କ୍ଷତିପୂରଣ ମିଳିବ। ଅଣଜଳସେଚିତ ଜମିକୁ ହେକ୍ଟର ପିଛା ୬୮୦୦ ଟଙ୍କା କ୍ଷତିପୂରଣ ମିଳିବ। ସେହିପରି ନିଶ୍ଚିତ ଜଳସେଚିତ ଜମିକୁ ୧୩ ହଜାର ୫୦୦ ଟଙ୍କା କ୍ଷତିପୂରଣ ମିଳିବ। ବର୍ଷବ୍ୟାପୀ ଫସଲ ନିମନ୍ତେ ହେକ୍ଟର ପିଛା ୧୮ ହଜାର ଟଙ୍କା ମିଳିବ। ବର୍ଷ ୨୦୧୮ ବର୍ଷର ସ୍ୱଳ୍ପଅବଧି ଖରିଫ ଋଣ ମଧ୍ୟମ ଅବଧି ଋଣ ହେବ। ଖରିଫରେ ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ରବି ଚାଷ ପାଇଁ କୃଷି ଋଣ ଦିଆଯିବ।

ମରୁଡ଼ି ପ୍ରଭାବିତ ଅଞ୍ଚଳରେ ପରୀକ୍ଷା ଓ ଟ୍ୟୁସନ୍‌ ଫି ଛାଡ଼ ହେବ। ସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ଲାଗୁ ହେବ। ୩୩ ପ୍ରତିଶତ ଅଥବା ଅଧିକ ଫସଲହାନୀରେ ଖଜଣା, ଜଳକର ସଂପୂର୍ଣ୍ଣ ଛାଡ଼ ହେବ। ମନେରଗା ଅଧୀନରେ ଅତିରିକ୍ତ ୫୦ଟି ଶ୍ରମଦିବସ ସୃଷ୍ଟିକରାଯିବ।

Leave A Reply

Your email address will not be published.