ନୂଆଦିଲ୍ଲୀ, ୦୬/୦୫ : ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବାବେଳେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହେଲେ କିଏ ଜାଣିଥିଲା ବରଯାତ୍ରୀରୁ ଫେରିବା ପାଲଟି ଯିବ ଶେଷଯାତ୍ରା । ଅନ୍ଧକାର ରାସ୍ତାରେ ମୃତ୍ୟୁ ଜଗି ବସିଛି ବୋଲି । ବିହାର କଟିହାର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । କଟିହାରର ପୋଠିୟା ଥାନା ଅନ୍ତର୍ଗତ ଏନଏଚ୍ ୩୧ରେ ସ୍କର୍ପିଓ କାର୍ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଛି । କାର୍ରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସମେଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ସୁପୌଲ ଜିଲ୍ଲାର ହୋଇଥିଲା ସୂଚନା ମିଳିଛି ।