ମଲା ସାପ ବି କାମୁଡ଼ି ପାରେ !

0

ମୃତ ସାପ ମଧ୍ୟ କାମୁଡ଼ି ପାରେ । ଏକଥା ଏକ ଗବେଷଣାରୁ ଜଣାଯାଇଛି । ଏ ସମ୍ପର୍କିତ ଏକ ଖବର ନିକଟରେ ପ୍ରକାଶ ପାଇଛି । ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ପ୍ରକାଶ କରିଛନ୍ତି କି ମରିଯାଇଥିବା ସାପ ମଧ୍ୟ ଭୟଙ୍କର ହୋଇପାରେ । ମରିଗଲା ପରେ ମଧ୍ୟ ଯଦି ସାପର ଶରୀରରେ କିଛି ପ୍ରତିକ୍ରିୟା ଦେଖାଯାଏ, ତେବେ ତା’ଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ସାପ ଶରୀରରେ ଥିବା ଆୟାଂଶ (ଇଲେକଫ୍ରକାଲି ଚାଜଡ୍‌ ପାର୍ଟିକିଲ) ଯୋଗୁଁ ସାପ ମରିସାରିଲା ପରେ ମଧ୍ୟ କିଛି ସମୟ ପାଇଁ ତା’ର କିଛି ଅଙ୍ଗ ସକ୍ରିୟ ରହିଥାଏ । ଏହି ପାର୍ଟିକିଲ ଯୋଗୁଁ ମୃତୁ୍ୟର କିଛି ସମୟ ପର୍ଯ୍ୟନ୍ତ ସାପର ନାକରେ ଥିବା କୋଷଗୁଡିକ ସକ୍ରିୟ ଥାଏ । ମୃତ ସାପକୁ ଛୁଇଁଲେ କିମ୍ବା ତାକୁ ମାରିବା ଲାଗି ଉପକ୍ରମ କଲାବେଳେ ତା’ର ନାକର ପଥ ଖୋଲିଯାଏ ଏବଂ ଆୟାଂଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ଏହା ତାକୁ ଆକ୍ରମଣ କରିବାରେ ସାହାଯ୍ୟ କରେ । ନାଗ ଓ ଅରିରାଜ ଆଦି ବିଷଧର ସାପ ମଲା ପରେ ମଧ୍ୟ ଆକ୍ରମଣ କରିପାରନ୍ତି । କି;ୁ ଏକଥା ଲୋକମାନଙ୍କୁ ଜଣା ନଥାଏ । ଫଳରେ ଅନେକ କ୍ଷେତ୍ରରେ ସାବଧାନତା ଅଭାବରୁ ଆମେ ସର୍ପାଘାତର ଶିକାର ହୋଇଥାଉ ।

Leave A Reply

Your email address will not be published.