ମଶା କେଉଁମାନଙ୍କୁ ଅଧିକ କାମୁଡନ୍ତି

0

ଏକାସାଙ୍ଗେ ଅନେକ ଲୋକ ବସି କଥା ହେଉଥିବାବେଳେ ନିର୍ଦ୍ଦିଷ୍ଟ କେତେଜଣ ଲୋକଙ୍କୁ ମଶା ଅଧିକ କାମୁଡିଥାନ୍ତି । କାହିଁକି ମଶା ଏହି ଲୋକମାନଙ୍କୁ ଅଧିକ କାମୁଡନ୍ତି ? କି ରହସ୍ୟ ରହିଛି ଏହା ପଛରେ ?
ବିଶ୍ୱର ୨୦ରୁ ୨୫% ଲୋକଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ମଶା କାମୁଡନ୍ତି । କେଉଁ ଲୋକମାନଙ୍କୁ ମଶା ଅଧିକ କାମୁଡନ୍ତି ତାର କାରଣ ମଧ୍ୟ ବୈଜ୍ଞାନିକମାନେ ଖୋଜି ବାହାର କରିଛନ୍ତି । ତାହେଲେ ଆସ;ୁ ଜାଣିବା କେଉଁମାନଙ୍କୁ ଅଧିକ ମଶା କାମୁଡନ୍ତି ।
ବ୍ଲଡ୍‌ ଗ୍ରୁପ୍‌
ମଶା ରକ୍ତରୁ ପ୍ରୋଟିନ୍‌ ସଂଗ୍ରହ କରନ୍ତି । ବିଶ୍ୱରେ ‘ଓ’ ବ୍ଲଡ୍‌ ଗ୍ରୁପ୍‌ର ଲୋକେ ଅଧିକ ଥିବାରୁ ଏହି ରକ୍ତକୁ ମଶା ବେଶ୍‌ ସହଜରେ ଜାଣିପାରେ । ସେଥିପାଇଁ ‘ଓ’ ବ୍ଲଡ୍‌ ଗ୍ରୁପ୍‌ର ଲୋକଙ୍କୁ ‘ଏ’ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କଠାରୁ ଅଧିକ ମଶା କାମୁଡନ୍ତି । ‘ବି’ ବ୍ଲଡ୍‌ ଗ୍ରୁପ୍‌ର ଲୋକଙ୍କୁ ଏତେ ମଶା କାମୁଡନ୍ତି ନାହିଁ ।
କାର୍ବନ୍‌ ଡାଇଅକ୍‌ସାଇଡ୍‌
ମଶା କାର୍ବନ୍‌ ଡାଇଅକ୍‌ସାଇଡ୍‌ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଯେଉଁ ଲୋକମାନେ ଅଧିକ ବାୟୁ ଉତ୍ସର୍ଗନ କରନ୍ତି ସେମାନଙ୍କୁ ଅଧିକ ମଶା କାମୁଡିଥାନ୍ତି ।
ଝାଳ ଅଧିକ ବୋହୁଥିଲେ
ଯେଉଁ ଲୋକମାନଙ୍କର ଝାଳ ଅଧିକ ବୁହେ ସେମାନଙ୍କୁ ଅଧିକ ମଶା କାମୁଡନ୍ତି । ସେଥିପାଇଁ ବ୍ୟାୟାମ କରିବା ସମୟରେ ମଶା ଅଧିକ କାମୁଡନ୍ତି । ଝାଳରେ ଲାକ୍‌ଟିକ୍‌ ଏସିଡ୍‌, ୟୁରିକ୍‌ ଏସିଡ୍‌ ଓ ଏମୋନିଆ ଭଳି ଅଧିକ ତତ୍ତ୍ୱ ମହଜୁଦଥିବାରୁ ମଶାଗୁଡ଼ିକ ସେଥିପ୍ରତି ଅଧିକ ଆକର୍ଷିତ ହୋଇ କାମୁଡିଥାନ୍ତି ।
ବିୟର୍‌
ବିୟର୍‌ ପଉଥିବା ଲୋକଙ୍କୁ ମଶା ଅଧିକ କାମୁଡନ୍ତି ଏହାର କାରଣ ହେଲା ବିୟର୍‌ ପିଇବା ଦ୍ୱାରା ଝାଳରେ ଇନ୍ଥେନଲ୍‌ ବଢିଯାଏ, ଯାହାକି ମଶାକୁ ଅଧିକ ଆକର୍ଷିତ କରିଥାଏ ।
ଗର୍ଭାବସ୍ଥା
ଗର୍ଭବତୀ ମହିଳାଙ୍କୁ ଅଧିକ ମଶା କାମୁଡନ୍ତି । ଗର୍ଭବସ୍ଥା ସମୟରେ ମହିଳାଙ୍କ ଶରୀରରୁ ୨୧% ଅଧିକ କାର୍ବନ୍‌ ଡାଇଅକ୍‌ସାଇଡ୍‌ ନିର୍ଗତ ହୋଇଥାଏ । କାର୍ବନ୍‌ ଡାଇଅକ୍ସାଇଡ୍‌ ପ୍ରତି ମଶା ଅଧିକ ଆକର୍ଷିତ ହୋଇଥାନ୍ତି । ଏହାବ୍ୟତୀତ ଗର୍ଭାବସ୍ଥା ସମୟରେ ଶରୀର ତାପମାତ୍ରା ଅଧିକ ଥିବାରୁ ମଶା ଅଧିକ କାମୁଡନ୍ତି ।
ପୋଷାକର ରଙ୍ଗ
ମଶା ବାସ୍ନା ଜାଣିବା ସହ ଦେଖି ମଧ୍ୟ ପାରନ୍ତି । ମଶା ଲାଲ୍‌, କଳା ଓ ନୀଳ ରଙ୍ଗକୁ ବେଶ୍‌ ସହଜରେ ଜାଣିପାରେ । ସେଥିପାଇଁ ଏହି ରଙ୍ଗର ପୋଷାକ ପ୍ରତି ମଶା ଅଧିକ ଆକର୍ଷିତ ହୋଇଥାଏ ।

Leave A Reply

Your email address will not be published.