ବର୍ଷା ଋତୁରେ ମଶାମାନଙ୍କର ଆତଙ୍କ ଦେଖିବାକୁ ମିଳିଥାଏ । କିନ୍ତୁ ଆପଣମାନେ ଜାଣନ୍ତି ବିଶ୍ୱରେ ଏଭଳି କିଛି ଦେଶ ଅଛି ଯେଉଁଠି ମଶାମାନଙ୍କର ଜନ୍ମ ହୋଇନଥାଏ । ଏହା ଣୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ୍ୟ । ନିଶ୍ଚିତ ଭାବରେ ଏହା ଶୁଣି ଆପଣଙ୍କର ଇଚ୍ଛା ହେଉଥିବ ଏଭଳି ଦେଶରେ ବସବାସ କରିବା ପାଇଁ । ତେବେ ଆମେ କହୁଚୁ ଆଇସଲ୍ୟାଣ୍ଡ୍ ସମ୍ପର୍କରେ । ଏହି ଆଇସ୍ଲ୍ୟାଣ୍ଡ୍ଟି ଆମେରିକା ଏବଂ ୟୁରୋପ ମଧ୍ୟରେ ଥିବା ଉତ୍ତର ଆଣ୍ଟାଲାଟିକ୍ ମହାସାଗରରେ ଅବସ୍ଥିତ । ଏଠାରେ ପାଖାପାଖି ୩ ଲକ୍ଷ ୧୮ ହଜାର ଲୋକ ବସବାସ କରନ୍ତି । ଏହା ପ୍ରବଳ ଥଣ୍ଡା ଦେଶ ହୋଇଥିବାରୁ ଏଠାରେ ବରଫ ବର୍ଷା ହୋଇଥାଏ । ଏହି କାରଣରୁ ଏଠାରେ ମଶାମାନଙ୍କର ଜନ୍ମ ହୋଇନଥାଏ । ହଜାର କିଲୋମିଟର ଲମ୍ବର ଏହି ସମୁଦ୍ର ତଟବର୍ତ୍ତୀ ଦେଶଟି ଖୁବ୍ ମନୋରମ ।