ଭାରତୀୟ ବ୍ୟଞ୍ଜନରେ ମସଲାର ଆବଶ୍ୟକତ ଖୁବ୍ ଅଧିକ । ଏକ ମସଲା ଯେପରି ତାର ସ୍ୱାଦ ଓ ବାସ୍ନକୁ ଅଧିକ ଦିନ ପର୍ଯ୍ୟନ୍ତ ତାଜା ରଖିହେବ, ଗୃହିଣୀମାନେ ସେସବୁର ଉପାୟ ଜାଣିରଖିବା ଦରକାର ।
* ସବୁବେଳେ ଧ୍ୟାନ ରଖିବେ ଯେ ଡବଲ୍ ଡୋର୍ ଫ୍ରିଜ୍ ଥିଲେ, ଡିପ୍ ଫ୍ରିଜରରେ ମସଲା ରଖିବା ଖୁବ୍ ନିରାପଦ । ଏହ ଦ୍ୱାରା ମସଲା ଖରାପ ହୋଇନଥାଏ କିମ୍ବା ପୋକ ଲାଗିନଥାଏ ।
* ଅଧିକ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ମସଲା ନରଖନ୍ତୁ । ସୂର୍ଯ୍ୟ ରଶ୍ମି ପଡିବାରୁ ମସଲାର ବାସ୍ନା ଖୁବ୍ ଶୀଘ୍ର ନଷ୍ଟ ହୁଏ ।
* ମସଲା ପାଇଁ କାଚ, ଷ୍ଟିଲ୍ କିମ୍ବା କାଠର ଡବାର ଉପଯୋଗ କରନ୍ତୁ । ନିୟମିତ ବ୍ୟବଧାନରେ ତାହାକୁ ପରିଷ୍କାର କରିବା ଉଚିତ୍ ।
* ଗୁଣ୍ଡ ମସଲା ନ ରଖି ବରଂ ଜିରା, ଧନିଆ, ଗରମ ମସଲାକୁ ଗୋଟା ରଖନ୍ତୁ । ଆବଶ୍ୟକ ସମୟରେ ଏହାକୁ ଗୁଣ୍ଡ କରି ତୁରନ୍ତ ଉପଯୋଗ କରନ୍ତୁ
* ଅଧିକ ପରିମାଣର ମସଲା ନକିଣି ବରଂ ଛୋଟ ପ୍ୟାକେଟ୍ କିଣନ୍ତୁ ।
Prev Post
Next Post