ପ୍ରସ୍ତୁତି ସାମଗ୍ରୀ-୧କି.ଗ୍ରା. ବଡ଼ ଚିଙ୍ଗୁଡ଼ି, ୪ଚାମଚ ଧନିଆ, ୫ଟି ଲାଲ ଲଙ୍କା, ୭ପାଖୁଡ଼ା ରସୁଣ, ଅଧ ଚାମଚ ସୋରିଷ, ଅଳ୍ପ ଅଦା,୩ ଗୋଟି ଗୋଲମରିଚ, ଅଳ୍ପ ପିଆଜ, ଅଧା ଚାମଚ ମେଥି, ୩ଟା ଲଙ୍କା, ୧ ତେ;ୁଳି, ୨ ଡେମ୍ଫ ଭୁରୂସୁଙ୍ଗ ପତ୍ର, ୪ଚାମଚ ତେଲ, ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ-ପ୍ରଥମେ ଲାଲଲଙ୍କା, ଗୋଲମରିଚ, ସୋରିଷ, ମେଥି ଓ ଧନିଆକୁ ଅଳ୍ପ ଭାଜି ବାଟିଦେବେ । ରସୁଣ ଅଦା, ପିଆଜ ଓ କଞ୍ଚାଲଙ୍କାକୁ ଛୋଟ ଛୋଟକରି କାଟିଦିଅ;ୁ । କରେଇରେ ତେଲ ଗରମ କରି ସେଥିରେ ଭୁରୁସୁଙ୍ଗ ପତ୍ର ଏବଂ ବଟାମସଲା ପକାଇ କସ;ୁ । ସେଗୁଡ଼ିକ ଅଳ୍ପ ନରମ ହୋଇ ଆସିଲେ ସେଥିରେ ବଟା ମସଲା ପକାଇ ଭାଜିବେ । ଅଳ୍ପ ଭାଜିହୋଇଗଲା ପରେ ଚିଙ୍ଗୁଡ଼ିରେ ଲୁଣ ହଳଦୀ ଗୋଳାଇ ସେଥିରେ ପକାଇ ଭାଜିବେ। ଅଳ୍ପ ସମୟ ଭାଜିଲା ପରେ ସେଥିରେ ଦେଢକପ୍ ପାଣି ଦେଇ ଘୋଡ଼ାଇ ଦେବେ । ଦଶ ମିନିଟ୍ ଫୁଟିବା ପରେ ସେହି ତେ;ୁଳିରେ ଏକ କପ୍ ପାଣି ପକାଇ ତାର ରସ କାଢି ଚିଙ୍ଗୁଡ଼ିରେ ପକାଇବେ । ଚିଙ୍ଗୁଡ଼ି ସିଝିଗଲେ ତା’ର ସବୁ ଝୋଳ ମରିଗଲାପରେ ଚିଙ୍ଗୁଡ଼ିକୁ ପୁରା ଭାଜିକରି ତଳକୁ ଓହ୍ଲାଇଦେବେ । ଟମାଟ ମିଳୁଥିବା ସମୟରେ ତେ;ୁଳି ରସ ପରିବର୍ତ୍ତେ ୪ କିମ୍ବା ୫ଟା ଟମାଟ ପକାଇଲେ ଭଲହେବ ।
Next Post