ସାମଗ୍ରୀ-ଗ୍ରୀନ ମଟର-୧ କପ୍, କଟା ପିଆଜ-୧/୨ ବାଉଲ, କଟା ଟମାଟୋ-୨ଚାମଚ, କଟା ଧନୀଆ ପତ୍ର- ୧ ଚାମଚ, ଲଙ୍କା ଗୁଣ୍ଡ-୨ଚାମଚ, ଲୁଣ ସ୍ୱାଦ ଅନୁସାରେ, ଚାଟ ମସଲା-୧ଚାମଚ, ଭେଜିଟେବୁଲ ତେଲ-୨ ଚାମଚ,ଜିରା-୧ଚାମଚ, ଡାଳଚିନି-୧ଖଣ୍ଡ, ରସୁଣ-୪କୋଲା, କଟା କଞ୍ଚା ଲଙ୍କା-୧ଚାମଚ, ବିଟ-୧ଟି, ଆଳୁ-୨ଟି, ଛେଟ ପୁରୀ-୧୦-୧୨ଟି, ପୋଦୀନର ଚଟଣୀ-୨ଚାମଚ, ଚଣା ସେଓ- ୩ଚାମଚ ।
ପ୍ରଣାଳୀ-ଗ୍ରୀନ ମଟରକୁ ପାଣିରେ ୩୦ ମିନିଟ ପର୍ଯ୍ୟନ୍ତ ଭିଜାଇଦେବେ । ମଟର ଭିଜିଗଲାପରେ ସେଥିରେ ଆଳୁ ଓ ବିଟରୁ ଚୋପା ଛଡାଇ ତାକୁ କାଟି ପ୍ରେସର ସାହାଯ୍ୟରେ ସିଝାଇବେ । କରେଇରେ ତେଲ ଗରମ କରି ସେଥିରେ ଡାଳଚିନି ଜିରାକୁ କିଛି ସମୟ ଭାଜିଦେବେ ଏହାପରେ ସେଥିରେ କଟା ଟମାଟୋ, କଟା ପିଆଜ, ରସୁଣ, କଞ୍ଚାଲଙ୍କା ପକାଇ ପୁଣି ଭାଜିଦେବେ ଯେପର୍ଯ୍ୟନ୍ତ ସେମାନେ ଭଲଭାବେ ଭାଜି ହୋଇଯାନ୍ତି । ଗୋଟିଏ ପ୍ଲେଟରେ ଛୋଟ ପୁରି ସବୁକୁ ସଜାଇ ରଖିଦେବେ । ପିଆଜ, ଟମାଟୋ ସବୁ ଭଲଭାବେ ଭାଜି ହୋଇଗଲାପରେ ସେଥିରେ ସିଝା ଆଳୁ ଓ ସିଝା ବିଟ ମଟରକୁ ମିଶାଇ ଚାମଚ ସାହାର୍ଯ୍ୟରେ ତାକୁ ଦର ଚକଟା କରିଦେବେ । ୩ ମିନିଟ ପର୍ଯ୍ୟନ୍ତ ଏପରି କଳାପରେ ମିଶ୍ରଣକୁ ଛୋଟ ପୁରି ରଖାଯାଇଥିବା ପାତ୍ରକୁ କାଢି ଆଣିବେ ଓ ସେଥରେ ଧନୀଆ ଚଟଣି, ଛଣା ସେଓ, କଟା ଧନିଆପତ୍ର, ଲଙ୍କା ଗୁଣ୍ଡ, କିଛି ଲୁଣ ଦେଇ ପରିବେଶଣ କରିବେ ମସଲା ପୁରି ।
Prev Post
Next Post