କୋଲକାତା,୧୨/୫: କୋଭିଡ୍-୧୯ ମୁକାବିଲା କରିବାକୁ ଅଧିକରୁ ଅଧିକ କ୍ବାରେଣ୍ଟାଇନ୍ ସେଣ୍ଟର୍ର ଆବଶ୍ୟକତା ପଡୁଥିବା କାରଣରୁ ପଶ୍ଚିମବଙ୍ଗର ଇମାମ୍ ଆସୋସିଏସନ୍ ରାଜ୍ୟର୍ ସମ୍ଜିଦ୍ ଓ ମାଦ୍ରାସା କମିଟିକୁ ନିଜ ପରିସରକୁ କ୍ବାରେଣ୍ଟାଇନ୍ ସେଣ୍ଟର ଭାବେ ବ୍ୟବହାର ପାଇଁ ହସ୍ତାନ୍ତର କରିବାକୁ କହିଥିବା ଜାଣିବାକୁ ମିଳିଛି।
ଏ ନେଇ ପଞ୍ଚିମବଙ୍ଗ ଇମାମ୍ ଆସୋସିଏସନ୍ର ଅଧ୍ୟକ୍ଷ ମହମ୍ମଦ ୟାହିଆ କୋଲକାତାରେ ଥିବା ସମୁଦାୟ ୨,୬୦୦ ମସ୍ଜିଦ୍ ଓ ମାଦ୍ରାସା କିମିଟିକୁ ନିଜ ନିଜ ପରିସରକୁ କ୍ବାରେଣ୍ଟାଇନ୍ ସେଣ୍ଟର କରିବ ଲାଗି ସରକାରଙ୍କୁ ଦେବାକୁ କହିଛନ୍ତି। ଦେଶରେ ଚାଲିଥିବା କରୋନା ସଂକଟର ମୁକାବିଲା କରିବା ପାଇଁ ମସ୍ଜିଦ୍ ଓ ମାଦ୍ରାସା ପରିସରକୁ କ୍ବାରେଣ୍ଟାଇନ୍ ସେଣ୍ଟର୍ ଭାବେ ବ୍ୟବହାର କରାଯାଇପାରିବ ବୋଲି ସେ ଜଣାଇଛନ୍ତି। ଏହି ପତ୍ର ଜରିଆରେ ସେ ମାଦ୍ରାସା ଓ ମସ୍ଜିଦ୍ କମିଟିକୁ ଏହି ଅନୁରୋଧ ।
ସୋମବାର ସେ ଆହୁରି କହିଛନ୍ତି ଯେ, ‘ଯଦି ଆମ ପାଖରେ ହଜାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସମ୍ବଳ ନାହିଁ। ଇସ୍ଲାମ ଧର୍ମ ଅନୁଯାୟୀ, ଜଣେ ଲୋକ ଅନ୍ତତଃ ୫୦ ଲୋକଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କରିବା ଉଚିତ। ମାନବିକତାକୁ ଏପରି ଭାବେ ବାଣ୍ଟିବା ଦରକାର।’ ଅନେକ ମସ୍ଜିଦ୍ କମିଟି ସେମାନଙ୍କର ପରିସରକୁ କ୍ବାରେଣ୍ଟାଇନ୍ ସେଣ୍ଟର କରିବାର ନିଷ୍ପତ୍ତି ନେଇ ସାରିଲେଣି ବୋଲି ୟାହିଆ କହିଥିବା ଜାଣିବାକୁ ମିଳିଛି।
କୋଲକାତା ମହାନଗର ନିଗମ ପକ୍ଷରୁ କୁହାଯାଇଛି କି ଗାର୍ଡେନ୍ ରିଚ୍ ଅଞ୍ଚଳରେ ଥିବା ବେଙ୍ଗଲୀ ବଜାର ମସ୍ଜିଦ୍ କମିଟି ଏହି ପ୍ରସ୍ତାବରେ ରାଜି ହୋଇ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି।