ନିର୍ମାଣ ହେବାକୁ ଯାଉଛି ନାରୀନେତ୍ରୀ ତଥା ଅଭିନେତ୍ରୀ ଜୟଲଲିତାଙ୍କ ବାଇଓପିକ୍ । ତେବେ ସ୍କ୍ରିନ୍ରେ ଦର୍ଶକ କଙ୍ଗନା ରାନାୱତଙ୍କୁ ଜୟଲଲିତାଙ୍କ ଭୂମିକାରେ ଦେଖିବାର ସୁଯୋଗ ପାଇବେ । ଜୟଲଲିତାଙ୍କ ପରି ଏତେ ବଡ଼ ହସ୍ତିଙ୍କ ଭୂମିକାରେ ଅଭିନୟ କରିବା ପାଇଁ ବଳିଉଡ୍ର ଦବଙ୍ଗ ନାୟିକା କଙ୍ଗନା ରାଜି ହୋଇ ଯାଇଛନ୍ତି । ଏହି ବାଇଓପିକ୍ଟି ଉଭୟ ତାମିଲ ଓ ହିନ୍ଦୀ ଭାଷାରେ ନିର୍ମାଣ କରଯିବ । ଫିଲ୍ମ ନିର୍ମାତା କଙ୍ଗନାଙ୍କ ଉପରେ ସମ୍ପୂର୍ଣ୍ଣ ଭରଷା ରଖିଛନ୍ତି ଯେ ଫିଲ୍ମରେ କଙ୍ଗନା କାମ କରିବେ ମାନେ ଫିଲ୍ମଟି ନିହାତି ଭାବେ ହିଟ୍ ହେବ । ତେବେ ଏ ଫିଲ୍ମରେ କାମ କରିବା ବାବଦକୁ କଙ୍ଗନାଙ୍କୁ ଦିଆଯାଇଛି ୨୪ କୋଟି ଟଙ୍କା । ଜୟଲଲିତାଙ୍କ ବାଇଓପିକ୍ରେ କାମ କରିବାକୁ ନେଇ କଙ୍ଗନା ନିଜ ଜନ୍ମଦିନ ଅବସରରେ ଏ କଥାର ଖୁଲାସା କରିଛନ୍ତି । ଫିଲ୍ମରେ କାମ କରି ୨୪ ଟଙ୍କାର ଫିସ୍ ନେବା ଯୋଗୁଁ କଙ୍ଗନା ବନି ଯାଇଛନ୍ତି ବଲିଉଡ୍ର ଦାମୀ ନାୟିକା । ପୂର୍ବରୁ କଙ୍ଗନାଙ୍କ ଫିସ୍ ଥିଲା ୧୧ କୋଟି । କିନ୍ତୁ ଫିଲ୍ମ ‘ସିମରନ୍’ ଓ ‘ରଙ୍ଗୁନ’ ଫିଲ୍ମ ଫ୍ଲପ୍ ହେବା ପରେ କଙ୍ଗନା ତାଙ୍କ ଫିସ୍ର ପରିମାଣ କମାଇ ଦେଇଥିଲେ ।
କଙ୍ଗନାଙ୍କ ଅଭିନୀତ ଓ ନିର୍ଦ୍ଦେଶୀତ ଫିଲ୍ମ ‘ମଣିକର୍ଣ୍ଣିକା’ ହିଟ୍ ହେବା ପରେ ସେ ତାଙ୍କ ଫିସ୍ ଏବେ ବଢ଼ାଇ ୨୪ କୋଟି କରି ଦେଇଛନ୍ତି । ସେପଟେ ଫିଲ୍ମ ‘ପଦ୍ମାବତ’ ପାଇଁ ଦୀପିକାଙ୍କୁ ୧୩ କୋଟି ଫିସ୍ ଦିଆଯାଇଥିବା ବେଳେ କରିନାଙ୍କୁ ଫିଲ୍ମ ‘ବୀରେ ଦି େୱଡିଂ’ ପାଇଁ ଦିଆ ଯାଇଥିଲା ୭ କୋଟି ଟଙ୍କା । ବତ୍ତର୍ମାନ କରୀନା ତାଙ୍କ ଫିସ୍ ୧୦ କୋଟିକୁ ବୃଦ୍ଧି କରିଥିବାବେଳେ ହଲିଉଡ୍ରେ କାମ କରୁଥିବା ବଲିଉଡ୍ ନୟିକା ପ୍ରିୟଙ୍କାଙ୍କ ଫସ୍ ରହିଛି ୬ କୋଟି ଟଙ୍କା । ଫିଲ୍ମକୁ ନେଇ କଙ୍ଗନା କହିଛନ୍ତି ଯେ ସେ ସବୁବେଳେ ଏପରି ରିଜୋନାଲ ଫିଲ୍ମରେ କାମ କରିବା ଅପେକ୍ଷାରେ ଥିଲେ ଓ ବର୍ତ୍ତମାନ ସେ ଏହି ଫିଲ୍ମରେ କାମ କରିବାକୁ ନେଇ ଉତ୍ସାହିତ ଥିବା କଥା କହିଛନ୍ତି । ତେବେ ଏହି ଜୟଲଲିତାଙ୍କ ବାଇଓପିକ୍ର ତାମିଲ ନାଁ’ ‘ପୂରାଚୀ ଥଲାଈୱୀ’ ରଖାଯାଇଥିବା ବେଳେ ହିନ୍ଦୀରେ ଏହାର ନାଁ’ ରଖାଯାଇଛି ‘ଜୟ’ । ଏଏଲ ବିଜୟ ଫିଲ୍ମର ନିର୍ଦ୍ଦେଶନା ଦେଉଥିବାବେଳେ ଫିଲ୍ମ ‘ବାହୁବଳି’ ଓ ‘ମଣିକର୍ଣ୍ଣିକା’ର ଲେଖକ କେବି ବିଜେନ୍ଦ୍ର ପ୍ରସାଦ ଏହାର କାହାଣୀ ଲେଖିଛନ୍ତି । ଜୟଳଲିତାଙ୍କ ବାଇଓପିକ୍ରେ କାମ କରିବା ପାଇଁ କଙ୍ଗନାଙ୍କ ପୂର୍ବରୁ ଐଶ୍ୱର୍ଯ୍ୟା ରାଏ ବଚ୍ଚନଙ୍କୁ ଅଫର ଦିଆ ଯଇଥିଲା । କିନ୍ତୁ କୌଣସି କାରଣରୁ ବିଶ୍ୱ ସୁନ୍ଦରୀ ଏ ଫିଲ୍ମରେ କାମକରିବାକୁ ନେଇ ଅରାଜି ହେବାରୁ ଏବେ ଏ ଫିଲ୍ମର କାକ ରିବାକୁ ଯାଉଛନ୍ତି କଙ୍ଗନା ।
Prev Post
Next Post